ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ମହାସମରରେ ଆଜି ଦେଖିବାକୁ ମିଳିବ ଏକ ଦମ୍‌ଦାର ମୁକାବିଲା। କାହିଁକି ନା ଆଜି ମଇଦାନ୍‌ରେ ମୁହାଁମୁହିଁ ହେବେ ମୁମ୍ଵାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ଅପରାହ୍ଣ ସାଢ଼େ ୩ରେ ଏହି ମ୍ୟାଚ୍ ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମ୍‌ରେ ଖେଳାଯିବ।

ଟୁର୍ଣ୍ଣାମେଣ୍ଟରେ ଏହି ଦୁଇଟି ଯାକ ବେଶ୍ ମଜବୁତ ଦଳ ଭାବେ ଜଣା ଆଉ ଏଯାବତ୍ ଭଲ ପ୍ରଦର୍ଶନ ମଧ୍ୟ କରିଛନ୍ତି। ଖାସ୍ କରି ମୁମ୍ଵାଇ ଇଣ୍ଡିଆନ୍ସ ବିଜୟ ପରେ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳିମାନେ ମଧ୍ୟ ଆଇପିଏଲ୍ ମଇଦାନ୍‌ରେ ନିଜ ଯାଦୁ ଦେଖାଇଛନ୍ତି। ତେଣୁ ଆଜିର ଏହି ସୁପର ମୁକାବିଲାରେ କିଏ ବାଜିମାତ୍ କରିବ ତାହା ଦେଖିବା ବାକି ରହିଲା।

ମୁମ୍ଵାଇ ଇଣ୍ଡିଆନ୍ସ

କିରଣ ପୋଲାର୍ଡ (ଅଧିନାୟକ), ରୋହିତ୍ ଶର୍ମା, ଆଦିତ୍ୟ ତାରେ, ଅନମୋଲ୍ ପ୍ରୀତ୍ ସିଂହ, ଅନୁକୁଲ୍ ରାୟ, ଧବଲ୍ କୁଲ୍କର୍ଣ୍ଣି, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ୍ କିଷନ୍, ଜଶପ୍ରୀତ୍ ବୁମ୍ରା, ଜୟନ୍ତ ଯାଦବ, କ୍ରୁନାଲ୍ ପାଣ୍ଡ୍ୟା, ମିଚେଲ ମାକ୍ଲେନ୍ଗାନ୍, କ୍ୱିଣ୍ଟନ ଡିକକ୍, ରାହୁଲ ଚହର, ସର୍ଫାନ ରାଦରଫୋର୍ଡ, ସୂର୍ଯ୍ୟ କୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ, ନାଥନ୍ କୁଲ୍ଟରନିଲ୍, ସୌରଭ ତିଓ୍ଵାରୀ, ମୋସିନ୍ ଖାନ୍, ଦିଗବିଜୟ ଦେଶମୁଖ, ପ୍ରିନ୍ସ ବଲବନ୍ତ ରାୟ ସିଂ।

ଦିଲ୍ଲୀ କ୍ୟାପିଟାଲ୍ସ

ଶ୍ରେୟାସ୍ ଆୟାର (ଅଧିନାୟକ), ଆଜିଙ୍କ୍ୟ ରାହାଣେ, ଅବେଶ୍ ଖାନ୍, ଅକ୍ଷର ପଟେଲ୍, ହର୍ଷଲ୍ ପଟେଲ୍, ଈଶାନ୍ତ ଶର୍ମା, କାଗିସୋ ରବାଡା, କିମୋ ପଲ୍, ପୃଥୀ ସ୍ୱ, ରିଷବ ପନ୍ତ, ସନ୍ଦୀପ ଲାମିଚାନେ, ଶିଖର ଧାଓ୍ଵନ୍, ଯଶନ୍ ରୟ, ଆଲେକ୍ସ କ୍ୟାରି, ସିସ୍ରୋନ୍ ହେଟମିର, ମୋହିତ ଶର୍ମା, ତୁଷାର ଦେଶପାଣ୍ଡେ, ମାର୍କସ୍ ଷ୍ଟୋନିସ୍, ଲଲିତ ଯାଦବ, ଅନରିଚ୍ ନର୍ଟଯେ।

Comment