ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଆଇପିଏଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ସନରାଇଜର୍ସ ହାଇଦ୍ରବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଶାହାର୍ଜାରେ ଖେଳାଯିବ।

ହାଇଦ୍ରାବାଦ ପାଇଁ ଏହି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ଦଳ ଏଯାବତ ମୋଟ ୧୨ଟି ମ୍ୟାଚ୍ ଖେଳିଥିବାବେଳେ ସେଥିମଧ୍ୟରୁ ମାତ୍ର ୫ଟିରେ ଜିତିପାରିଛି। ତେଣୁ ଏହି ମ୍ୟାଚ୍ ପ୍ଲେ-ଅପ୍ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ। ଅନ୍ୟପଟେ ଏହି ମ୍ୟାଚକୁ ଜିତି ବେଙ୍ଗାଳୁରୁ ନମ୍ବର ୱାନ୍ ସ୍ଥାନକୁ ଫେରିବାକୁ ଲକ୍ଷ୍ୟ ରଖିବ।

ଆଇପିଏଲ ଲିଗ୍ ପର୍ଯ୍ୟାୟ ଶେଷ ହେବାକୁ ଆଉ ମାତ୍ର କିଛି ମ୍ୟାଚ୍ ବାକି ଅଛି। ଏବେ ପ୍ଲେ-ଅଫ୍ ପାଇଁ ଟକ୍କର ଜୋରଦାର ଦେଖିବାକୁ ମିଳୁଛି। ତେଣୁ ଆଗାମୀ ସମସ୍ତ ମ୍ୟାଚ୍ ଆକର୍ଷଣୀୟ ହେବ ବୋଲି କୁହାଯାଉଛି।

ସନରାଇଜର୍ସ ହାଇଦ୍ରାବାଦ୍

ଡେଭିଡ ଓ୍ଵାର୍ଣ୍ଣର(ଅଧିନାୟକ), ରସିଦ୍ ଖାନ୍, ସଞ୍ଜୟ ଯାଦବ, ବର୍ଦ୍ଧମାନ ଶାହା, ଖଲିଲ୍ ଅହମ୍ମଦ, ସନ୍ଦୀପ ଶର୍ମା, ଅବ୍ଦୁନ ସାମଦ୍, ମାଇକେଲ୍ ମର୍ସ, ଶ୍ରୀଭଟ୍ସ ଗେସ୍ଵାମୀ, ମହମ୍ମଦ ନବି, ଫଆବିଆନ୍ ଆଲେନ୍, ଅଭିଶେକ୍ ଶର୍ମା, ବସିଲ ଥାମ୍ପି, ବିଲ୍ଲି ଷ୍ଟାନଲେକ୍, ସନ୍ଦୀପ ବାଭାନ୍କା, ଭୁବନେଶ୍ଵର କୁମାର, ବିରାଟ ସିଂହ, ନଟରାଜନ୍, କେନ୍ ଓ୍ଵିଲିୟମ୍, ସାହାବାଜ୍ ନାଦିମ୍, ଜନି ବାଇରଷ୍ଟୋ, ମନିଷ୍ ପାଣ୍ଡେ, ବିଜୟ ଶଙ୍କର, ସିଦ୍ଧାର୍ଥ କୌଲ୍, ପ୍ରିୟମ୍ ଗର୍ଗ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ                       

ବିରାଟ କୋହଲି(ଅଧିନାୟକ), ମହମ୍ମଦ ସିରାଜ୍, କ୍ରିସ୍ ମୋରିସ୍, ଜୋସ୍ ଫିଲିପ, ମୋଇନ୍ ଅଲ୍ଲୀ, ଆରୋନ୍ ପିଞ୍ଚ୍, ଏ ବି ଡେଭିଲିୟର୍ସ, ସାହାବାଜ୍ ଅହମ୍ମଦ, ପାର୍ଥିବ ପଟେଲ୍, ୟୁଜୁଭେନ୍ଦ୍ର ଚାଓ୍ଵାଲା, ନବଦୀପ୍ ସାଇନି, ଇସୁରୁ ଉଦାନା, ଡାଲେ ଷ୍ଟେନ୍, ପବନ୍ ନେଗି, ଦେବଦତ୍ତ ପାଡିକାଲ୍, ଶିଭମ୍ ଦୁବେ, ଉମେଶ ଯାଦବ, ଗରୁକିରତ୍ ମନ୍ସିଂ, ଓ୍ଵାସିଂଟନ୍ ସୁନ୍ଦର, ପବନ ଦେଶପାଣ୍ଡେ, କାନି ରିଚାର୍ଡସନ୍।

Comment