ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିହାର ନିର୍ବାଚନକୁ ନେଇ ଏଥର ଅନେକ ଯୁବନେତା ଚର୍ଚ୍ଚାକୁ ଆସିଛନ୍ତି। ଏମାନଙ୍କ ଭିତରେ ଏଲଜେପିର ଚିରାଗ ପାଶ୍ୱାନ, ଆରଜେଡିର ତେଜସ୍ୱୀ ଯାଦବ, ପୁଷ୍ପମ ପ୍ରିୟା ଚୌଧୁରୀ, ସ୍ୱର୍ଗତଃ ଦିଗବିଜୟ ସିଂହଙ୍କ ଝିଅ ଶ୍ରେୟାସି ସିଂ ଅଛନ୍ତି। ଚିରାଗ ଓ ତେଜସ୍ୱୀ ନିଜ ନିଜ ଦଳରୁ ବିହାର ପାଇଁ ମୁଖ୍ୟମନ୍ତ୍ରୀ ଚେହେରା ହୋଇଥିବା ବେଳେ ଅନ୍ୟମାନେ ମଧ୍ୟ ଭବିଷ୍ୟତରେ ବିହାର ରାଜନୀତିରେ ବଡ଼ ଚେହେରା ହୋଇପାରନ୍ତି। ତେବେ ଏହି ୪ ଯୁବନେତା ଏବେବି ବିବାହ କରିନାହାନ୍ତି।

ଚିରାଗ ପାଶ୍ୱାନ

ଏଲଜେପି ମୁଖ୍ୟ ଚିରାଗ ପାଶ୍ୱାନ ଏବେ ଅବିବାହିତ। ତାଙ୍କୁ ଏବେ ୩୭ ବର୍ଷ ବୟସ। ନିକଟରେ ତାଙ୍କ ବାପା ରାମ ବିଳାସ ପାଶ୍ୱାନଙ୍କ ପରଲୋକ ଘଟିଥିଲା। ବାପାଙ୍କ ମୃତ୍ୟୁ ପରେ ପାର୍ଟିର ସମସ୍ତ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଅଛି।

ତେଜସ୍ୱୀ ଯାଦବ

ଆରଜେଡିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ମଧ୍ୟ ଅବିବାହିତ ଅଛନ୍ତି। ତାଙ୍କୁ ଏବେ ୩୦ ବର୍ଷ ବୟସ। ସେ କ୍ରିକେଟରରୁ ରାଜନୀତିରେ ଏଣ୍ଟ୍ରି କରିଛନ୍ତି। ତାଙ୍କର ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ହେବାର ଅଭିଜ୍ଞତା ମଧ୍ୟ ରହିଛି।

ଶ୍ରେୟାସି ସିଂହ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତଃ ଦିଗବିଜୟ ସିଂହଙ୍କ ଝିଅ ହେଲେ ଶ୍ରେୟାସି ସିଂ। ସେ ଅନ୍ତର୍ଜାତୀୟ ସ୍ତରର ଜଣେ ସୁଟର। ସେ ମଧ୍ୟ ଅବିବାହିତ ଅଛନ୍ତି। ତାଙ୍କ ମା’ ପୁତୁଲ କୁମାରୀ ଜଣେ ସାଂସଦ। ତେବେ ବିହାର ରାଜନୀତିରେ ଶ୍ରେୟାସିଙ୍କୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି।PUSPAM PRIYA CHOUDHARI_Bihar Election.

ପୁଷ୍ପମ ପ୍ରିୟା ଚୌଧୁରୀ

ପ୍ଲୁରାଲ୍ ପାର୍ଟିର ମୁଖ୍ୟ ପୁଷ୍ପମ ପ୍ରିୟା ଚୌଧୁରୀ। ତାଙ୍କ ବୟସ ମାତ୍ର ୨୮। ସେ ବି ବିବାହ କରିନାହାନ୍ତି। ପୁଷ୍ପମ ପ୍ରିୟା ଲଣ୍ଡନ ସ୍କୁଲ ଅଫ ଇକୋନମିକ୍ସର ଛାତ୍ରୀ। ସେ ନୂଆ କରି ରାଜନୀତିରେ ପାଦ ଦେଇଛନ୍ତି। ଏହା ପୂର୍ବରୁ ସେ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ।

Comment