ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶ ରାଜ୍ୟସଭା ନିର୍ବାଚନ ଘୋଷଣା ହେବା ପରେ ବଦଳିଛି ରାଜ୍ୟସଭା ସିଟ୍ ଗଣିତ।

ଲୋକସଭାରେ ପରେ ଏବେ ରାଜ୍ୟସଭାରେ ମଧ୍ୟ ବହୁମତ ସାବ୍ୟସ୍ତ କରିଛି ଏନଡିଏ। ଉତ୍ତରପ୍ରଦେଶ ରାଜ୍ୟସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ସହିତ ଉଚ୍ଚ ସଦନରେ ଏନଡିଏ ସାଂସଦ ସଂଖ୍ୟା ୧୨୨ରେ ପହଞ୍ଚିଯାଇଛି।

ଏହାପୂର୍ବରୁ ରାଜ୍ୟସଭାରେ କୌଣସି ବିଲକୁ ପାସ୍ କରିବାକୁ ହେଲେ ଏନଡିଏକୁ ଅନ୍ୟ ସାଂସଦଙ୍କ ସମର୍ଥନ ଆବଶ୍ୟକ ହେଉଥିଲା। ହେଲେ ଏବେ ଏନଡିଏ ରାଜ୍ୟସଭାରେ ମଧ୍ୟ ବହୁମତ ଆଣିପାରିଛି। ଦଳକୁ ଏବେ କୌଣସି ବିଲ୍ ରାଜ୍ୟସଭାରେ ପାସ୍ କରିବାକୁ ହେଲେ ସେପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।ଉତ୍ତରପ୍ରଦେଶ ରାଜ୍ୟସଭା ନିର୍ବାଚନ ଫଳ

ଆଜି ଉତ୍ତରପ୍ରଦେଶର ରାଜ୍ୟସଭା ନିର୍ବାଚନ ଫଳ ଘୋଷଣା ହୋଇଛି। ଯେଉଁଥିରେ ୧୦ ଜଣ ପ୍ରାର୍ଥୀ ବିନା କୌଣସି ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ ୮ ଜଣ ବିଜେପିର ହୋଇଥିବାବେଳେ ଜଣେ ସମାଜବାଦୀ ପାର୍ଟି ଓ ଅନ୍ୟଜଣେ ବହୁଜନ ସମାଜବାଦୀ ପାର୍ଟିର ରହିଛନ୍ତି।

ରାଜ୍ୟସଭାରେ କାହାର କେତେ ସିଟ୍?

ରାଜ୍ୟସଭାର ମୋଟ ସଦସ୍ୟ ସଂଖ୍ୟା ହେଉଛି ୨୪୫। ସେଥିମଧ୍ୟରୁ ରାଷ୍ଟ୍ରପତିଙ୍କ ମନୋନୀତ ସଦସ୍ୟ ସଂଖ୍ୟା ହେଉଛି ୧୨। ବାକି ୨୩୩ଟି ଆସନ ପାଇଁ ପ୍ରାର୍ଥୀମାନଙ୍କର ନିର୍ବାଚନ ହୋଇଥାଏ। ଏବେ ରାଜ୍ୟସଭାରେ ବିଜେପି ସାଂସଦଙ୍କ ସଂଖ୍ୟା ହେଉଛି ୯୨। ହେଲେ ବିଜେପି ସମର୍ଥିତ ଏନଡିଏ ମେଣ୍ଟର ମୋଟ ସାଂସଦଙ୍କ ସଂଖ୍ୟା ୧୨୨ ରହିଛି। ସେହିପରି ରାଜ୍ୟସଭାରେ ଏବେ କଂଗ୍ରେସ ସାଂସଦଙ୍କ ସଂଖ୍ୟା ମାତ୍ର ୩୮ ରହିଛି।

Comment