ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠୁ ଦୁବାଇରେ ଆରମ୍ଭ ହେବାକୁ ଯାଉଛି ମହିଳା ଟି-୨୦ ଚ୍ୟାଲେଞ୍ଜ୍। ଯାହାର ପ୍ରଥମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ସୁପରନୋଭାସ୍ ଓ ଭେଲୋସିଟି୍। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଶାରଜାହରେ ଖେଳାଯିବ।

ହରମନପ୍ରୀତଙ୍କ ନେତୃତ୍ୱାଧୀନ ସୁପରନୋଭାସ୍ ଗତ ଦୁଇବର୍ଷ ହେଲା ଗୋଟିଏ ବି ମ୍ୟାଚ୍ ହାରିନାହିଁ। ଦୁଇଥର ଯାକ ଦଳ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ତେଣୁ ଏଥର ମଧ୍ୟ ଦଳ ଚାମ୍ପିୟନ ହୋଇ ଟ୍ରଫି ନିଜ ନାଁ’ରେ କରିବାକୁ ଲକ୍ଷ୍ୟ ରଖିଛି। ସେହିପରି ମିତାଲି ରାଜଙ୍କ ନେତୃତ୍ୱାଧୀନ ଭଲୋସିଟି ଦଳ ଗତବର୍ଷ ଚାମ୍ପିୟନ ହେଉ ହେଉ ହାରି ଯାଇଥିଲା। ତେଣୁ ଏଥର ସବୁ ଭୁଲକୁ ସୁଧାରି ଦଳ ଚାମ୍ପିୟନ ହେବାକୁ ଲକ୍ଷ୍ୟ ରଖିଛି।

ସୁପରନୋଭାସ୍ ଦଳ: ହରମନପ୍ରୀତ କୌର(ଅଧିନାୟକ), ଜେମିମା ରୋଡ୍ରିଗୁସ୍ (ଉପ ଅଧିନାୟକ), ଚାମାରି ଅଟପାଟ୍ଟୁ, ପ୍ରିୟା ପୁନିଆ, ଅନୁଜା ପାଟିଲ, ରାଧା ଯାଦବ, ତାନିଆ ଭାଟିଆ (ୱିକେଟ୍ କିପର), ଶଶିକଲା ସିରିୱାର୍ଡେନ, ପୁନମ ଯାଦବ, ଶାକରା ସେଲମାନ, ଅରୁନ୍ଧତୀ ରେଡ୍ଡି, ଆୟୁଷୀ ସୋନି, ଆୟାବୋଙ୍ଗା ଖାକା ଓ ମୁସ୍କାନ୍ ମଲିକ

ଭେଲୋସିଟି ଦଳ: ମିତାଲି ରାଜ (ଅଧିନାୟକ), ବେଦ କୃଷ୍ଣମୂର୍ତ୍ତି (ଉପ ଅଧିନାୟକ), ଶେଫାଲି ଭର୍ମା, ସୁଷମା ବର୍ମା (ୱିକେଟ କିପର), ଏକତା ବିଶ୍ତ, ଶିଖା ପାଣ୍ଡେ, ଦେବିକା ବୈଦ୍ୟ, ସୁଶ୍ରୀ ଦିବ୍ୟାଦର୍ଶିନି, ମନାଲି ଡାକଶିନି, ଲେ କାସପେରେକ, ଡାନିଏଲ ୱାଏଟ୍, ସୁନେ ଲୁସ୍ ଜାହାନାରା ଆଲାମ, ଏମ ଅନାଗା, ମେଘନା ସିଂ

Comment