ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ଖେଳି ଦୁବାଇରୁ ମୁମ୍ବାଇ ଫେରୁଥିବାବେଳେ କ୍ରିକେଟର କ୍ରୁନାଲ ପାଣ୍ଡ୍ୟାଙ୍କୁ ବିମାନ ବନ୍ଦରରେ ଅଟକାଇଲା ପୋଲିସ। ତାଙ୍କ ପାଖରେ କିଛି ବେନିୟମ ସୁନା ଓ ମହଙ୍ଗା ଜିନିଷ ମିଳିଥିବାରୁ ତାଙ୍କୁ ବିମାନ ବନ୍ଦରରେ ଅଟକା ଯାଇ ପଚରାଉଚୁରା କରାଯାଇଛି। ରେଭେନ୍ୟୁ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶକ ତାଙ୍କୁ ଏହି ସୁନା ନେଇ ପଚରାଉଚୁରା କରିବା ସହିତ ଏହାର କାଗଜପତ୍ର ମାଙ୍ଗିଛନ୍ତି।

ବିଦେଶ ଗସ୍ତରେ ଯାଇଥିବା ଝଣେ ବ୍ୟକ୍ତି ମାତ୍ର ୫୦ ହଜାର ଟଙ୍କାର ସୁନା ନେଇ ଭାରତକୁ ଆସିପାରିବ ଏଥିପାଇଁ ତାଙ୍କୁ କୌଣସି ଫି’ ଦେବାକୁ ପଡ଼ିବ ନାହିଁ। ମହିଳାଙ୍କ ପାଇଁ ଏହି ସୀମା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହାଠାରୁ ଅଧିକ ପରିମାଣର ସୁନା ଆଣିଲେ ଏଥିପାଇଁ ଫି’ ଦେବାକୁ ପଡ଼ିଥାଏ। ତେଣୁ କ୍ରୁନାଲ୍ ପାଣ୍ଡ୍ୟାଙ୍କ ପାଖରୁ ଅଧିକ ସୁନା ଜବତ ହୋଇଥିବାରୁ ତାଙ୍କୁ ଏୟାରପୋର୍ଟରେ ଅଟକାଯାଇଛି।

କ୍ରୁନାଲ୍ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିଲେ। ତାଙ୍କ ଟିମ୍ ଏଥର ଆଇପିଏଲ୍ ଚାମ୍ପିୟନ ମଧ୍ୟ ହୋଇଛି। ଆଇପିଏଲ୍ ଖେଳିବା ପରେ ସେଠାରୁ କିଛି ଖେଳାଳି ସିଧାସଳଖ ଅଷ୍ଟ୍ରେଲିଆ ଯାଇଛନ୍ତି। ଏହାପରେ ବାକି ଖେଳାଳିମାନେ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଜି ଭାରତ ଫେରିବା ସମୟରେ ପାଣ୍ଡ୍ୟାଙ୍କୁ ଏହି କାରଣରୁ ଏୟାରପୋର୍ଟରେ ରୋକାଯାଇଛି।

Comment