ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ତାଙ୍କ ପ୍ରଶଂସକମାନଙ୍କ ପାଇଁ ଆଲୋକର ପର୍ବ ଦୀପାବଳିର ଶୁଭେଚ୍ଛା ଜଣାଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି।

ଅଷ୍ଟ୍ରେଲିଆରୁ ଏହି ଭଡିଓ ମାଧ୍ୟମରେ ବିରାଟ ତାଙ୍କ ପ୍ରଶଂସକମାନଙ୍କୁ ବାଣଠାରୁ ଦୂରେଇ ରହି ସଚେତନତାର ସହ କେବଳ ଦୀପ ଜାଳି ଆଲୋକର ଏହି ପର୍ବରୁ ପାଳନ କରିବାକୁ ଅନୁରୋଧ କରିଛନ୍ତି।

ଏଥିସହିତ ପରିବେଶକୁ ସୁରକ୍ଷିତ ରଖି ପରିବାର କିମ୍ଵା ନିଜର ପ୍ରିୟଜନମାନଙ୍କ ସହ ଦୀପାବଳି ପାଳିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି।

Comment