ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍‌ ହସ୍ପିଟାଲରେ ଚିକିତ୍ସିତ ହୋଇ କରୋନାରୁ ସୁସ୍ଥ ହୋଇଛନ୍ତି ୯୬ ଓ ୮୮ ବର୍ଷର ଦମ୍ପତି। ସୁସ୍ଥ ହୋଇଥିବା ଦମ୍ପତି ହେଲେ ୯୬ ବର୍ଷୀୟ ବୈଦ୍ୟନାଥ ପରିଡା ଓ ତାଙ୍କ ପତ୍ନୀ ୮୮ ବର୍ଷୀୟା ଶକୁନ୍ତଳା ପରିଡା। ଏକା ସାଙ୍ଗରେ କରୋନା ସଂକ୍ରମିତ ହୋଇଥିବା ବେଳେ ସମ୍ କୋଭିଡ ହସ୍ପିଟାଲ୍‌ରେ ଉତ୍ତମ ଚିକିତ୍ସା ପାଇ ସେମାନେ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ନଭେମ୍ବର ୭ ତାରିଖରେ କରୋନା ସଂକ୍ରମିତ ହେବା ପରେ ଏହି ଦମ୍ପତିଙ୍କୁ  ସମ୍ କୋଭିଡ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ବୟସାଧିକ୍ୟ କାରଣରୁ ଉଭୟଙ୍କର ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗ ଭଳି ସମସ୍ୟା ରହିଥିଲା। କରୋନା ସଂକ୍ରମିତ ହେବାପରେ ଜ୍ୱର ଏବଂ କାଶ ମଧ୍ୟ ହେଉଥିଲା।

ଘରକୁ ଫେରିବା ସମୟରେ ଉଭୟ ବୈଦ୍ୟନାଥ ଓ ଶକୁନ୍ତଳା ସମ୍ କୋଭିଡ ହସ୍ପିଟାଲ୍‌ର ପ୍ରଶଂସା କରିବା ସହ ତାଙ୍କୁ ଚିକିତ୍ସା କରିଥିବା କୋଭିଡ ଟିମ୍‌କୁ କୃତଜ୍ଞତା ଜଣାଇଛନ୍ତି।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ୭୩ ବର୍ଷୀୟ ବୃଦ୍ଧ ଗନ୍ଧର୍ବ ଚରଣ ସାହୁ ମଧ୍ୟ କୋଭିଡ ଆକ୍ରାନ୍ତ ହୋଇ ସମ୍ କୋଭିଡ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇ ସୁସ୍ଥତା ଲାଭ କରିଛନ୍ତି। ସମ୍ କୋଭିଡ ଟିମ୍‌ର ଚିକିତ୍ସା ସହିତ ସ୍ନେହ, ଆଦର ଓ ଯତ୍ନ ଯୋଗୁଁ ସେ ସୁସ୍ଥ ହୋଇପାରିଛନ୍ତି ବୋଲି କହି ପ୍ରଶଂସା କରିଛନ୍ତି କରୋନାରୁ ସୁସ୍ଥ ହୋଇଥିବା ଗନ୍ଧର୍ବ ଚରଣ ସାହୁ।

Comment