ଓଡ଼ିଶାଲାଇଭ୍ ବ୍ୟୁରୋCoronavirus blood test

ରାଜ୍ୟରେ ଆଜି ଆଉ ୧,୦୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୧୪୧ ଜଣ ଅଛନ୍ତି। ଏଥିସହ ମୋଟ ସୁସ୍ଥଙ୍କ ସଂଖ୍ୟା ୩,୦୨,୭୯୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

କଟକରୁ ୧୦୨ ଜଣ, ଖୋର୍ଦ୍ଧାରୁ ୯୫ ଜଣ, ଅନୁଗୁଳରୁ ୭୫ ଜଣ, ମୟୂରଭଞ୍ଜରୁ ୫୫ ଜଣ, ଜଗତସିଂହପୁରରୁ ୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଅନ୍ୟପଟେ ଆଜି ରାଜ୍ୟର ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍ ପୁଲ୍‌ରୁ ଆଉ ୮୬୮ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍‌ରୁ ୪୯୯ ଜଣ ଆକ୍ରାନ୍ତ ଥିବା ବେଳେ ୩୬୯ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଏଥିସହ ଆଜି ପୁଣି ୧୭ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୫୯୨କୁ ବୃଦ୍ଧି ପାଇଛି।

Comment