ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଦିନକରେ ୭୭୮ ଆକ୍ରାନ୍ତ, ୧୭ ମୃତ
  • ମୋଟ କରୋନା ପଜିଟିଭ୍ ସଂଖ୍ୟା ୩,୧୩,୩୨୩କୁ ବୃଦ୍ଧି
  • ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୬୨୫କୁ ବୃଦ୍ଧି

ରାଜ୍ୟର ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍ ପୁଲ୍‌ରୁ ଆଜି ୭୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍‌ରୁ ୪୪୬ ଜଣ ଥିବା ବେଳେ ୩୩୨ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଅନ୍ୟପଟେ ଆଜି ପୁଣି ୧୭ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଅନୁଗୁଳରୁ ସର୍ବାଧିକ ୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୬୪ ଜଣ, ବାଲେଶ୍ଵର ଓ ଖୋର୍ଦ୍ଧାରୁ ୬୧ ଜଣ ଲେଖାଏଁ, ମୟୂରଭଞ୍ଜରୁ ୫୮ ଜଣ, କଟକରୁ ୫୪ ଜଣ, କେନ୍ଦୁଝରରୁ ୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୩,୧୩,୩୨୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩,୦୩,୮୯୭ ଜଣ ସୁସ୍ଥ ହୋଇଥିବା ବେଳେ ୭,୭୪୮ଟି ଆକ୍ଟିଭ୍ କେସ୍ ରହିଛି। ଏଥିସହ ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୬୨୫କୁ ବୃଦ୍ଧି ପାଇଛି।

Comment