ଓଡ଼ିଶାଲାଇଭ୍ ବ୍ୟୁରୋ

  • ଦିନକରେ ୬୩୮ ନୂଆ ଆକ୍ରାନ୍ତ, ୧୫ ମୃତ
  • ମୋଟ କରୋନା ପଜିଟିଭ୍ ସଂଖ୍ୟା ୩,୧୩,୯୬୧କୁ ବୃଦ୍ଧି
  • ମୋଟ କରୋନା ମୃତ୍ୟୁସଂଖ୍ୟା ୧,୬୪୦କୁ ବୃଦ୍ଧି

ରାଜ୍ୟର ୨୯ଟି ଜିଲ୍ଲା ଓ ଷ୍ଟେଟ୍‌ ପୁଲ୍‌ରୁ ଆଜି ୬୩୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍‌ରୁ ୩୭୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୬୫ ଜଣ ସଂକ୍ରମିତ ଅଛନ୍ତି। ଅନ୍ୟପଟେ ଆଜି ଆଉ ୧୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ମୟୂରଭଞ୍ଜରୁ ୬୫ ଜଣ, ଜଗତସିଂହପୁରରୁ ୫୦ ଜଣ, ସୁନ୍ଦରଗଡ଼ରୁ ୪୬ ଜଣ, ଅନୁଗୁଳରୁ ୪୦ ଜଣ, କଟକରୁ ୩୯ ଜଣ ପଜିଟିଭ୍ ଅଛନ୍ତି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୩,୧୩,୯୬୧କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩,୦୪,୯୦୮ ଜଣ ସୁସ୍ଥ ହୋଇଥିବା ବେଳେ ୭,୩୬୦ ଜଣ ସକ୍ରିୟ ରୋଗୀ ଅଛନ୍ତି। ସେହିପରି ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧,୬୪୦କୁ ବୃଦ୍ଧି ପାଇଛି।

Comment