ଓଡ଼ିଶାଲାଇଭ୍ ବ୍ୟୁରୋ

  • ୨୪ ଘଣ୍ଟାରେ ରାଜ୍ୟରୁ ୬୬୮ ପଜିଟିଭ୍ ଚିହ୍ନଟ
  • ରାଜ୍ୟରେ ଆଜି ଆଖିବୁଜିଲେ ୧୭ ଜଣ ଆକ୍ରାନ୍ତ
  • ରାଜ୍ୟରେ ଏବେ ବି ୭୧୦୬ ଆକ୍ରାନ୍ତ ସକ୍ରିୟ

ରାଜ୍ୟରୁ ଗତ ୨୪ ଘଣ୍ଟା ଚିହ୍ନଟ ହୋଇଛନ୍ତି ୬୬୮ ନୂଆ କରୋନା ପଜିଟିଭ୍। ଏଥିସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୧୪ ହଜାର ୬୨୯କୁ ବୃଦ୍ଧି ପାଇଛି। ଅନ୍ୟପଟେ ରାଜ୍ୟରେ ଆଜି ୧୭ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।

ଚିହ୍ନଟ ହୋଇଥିବା ନୂଆ ପଜିଟିଭଙ୍କ ଭିତରୁ କଟକରୁ ୩୭,ଖୋର୍ଦ୍ଧାରୁ ୫୬, ମୟୂରଭଞ୍ଜରୁ ୫୦ , ନୂଆପଡ଼ାରୁ ୬୮ ଓ ସୁନ୍ଦରଗଡ଼ରୁ ୫୫ ଜଣ ରହିଛନ୍ତି। ଏହାବାଦ ଅନ୍ୟ ଜିଲ୍ଲାମାନଙ୍କରୁ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି କରୋନାରେ ଆକ୍ରାନ୍ତ ଥିବା ୧୭ ଜଣ ଲୋକ ଆଜି ଆଖି ବୁଜିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୬୫୭କୁ ବୃଦ୍ଧି ପାଇଛି।

ରାଜ୍ୟରୁ ଏଯାବତ ମୋଟ ୩,୧୪,୬୨୯ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୩,୦୫,୮୧୩ ଜଣ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ ଏବେ ବି ୭୧୦୬ ଆକ୍ରାନ୍ତ ସକ୍ରିୟ ଥିବା ନେଇ ସୂଚନା ରହିଛି।

Comment