ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ସେ ଶୁକ୍ରବାର ଟୁଇଟ୍ କରି ସୂଚନା ଦେଇଛନ୍ତି। ଏଥିସହ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ କରୋନା ପରୀକ୍ଷା କରାଇନେବାକୁ ସେ ଅନୁରୋଧ କରିଛନ୍ତି।

କରୋନାର କିଛି ଲକ୍ଷଣ ପ୍ରକାଶ ପାଇବା ପରେ ବୈଜୟନ୍ତ କୋଭିଡ୍ ପରୀକ୍ଷା କରାଇଥିଲେ। ରିପୋର୍ଟ ପଜିଟିଭ୍ ଆସିବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଏବେ ପୃଥକବାସରେ ରହିଛନ୍ତି। ଗତ କିଛି ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ କୋଭିଡ ପରୀକ୍ଷା କରାଇନେବାକୁ ବୈଜୟନ୍ତ ଅନୁରୋଧ କରିଛନ୍ତି।

ସାଙ୍ଗଠନିକ ବିଷୟ ନେଇ ଶୁକ୍ରବାର ସକାଳେ ବୈଜୟନ୍ତ ଦିଲ୍ଲୀ ବିଜେପି ନେତାଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏବେ ଶ୍ରୀ ପଣ୍ଡା ଦିଲ୍ଲୀ ବିଜେପି ଦାୟିତ୍ୱରେ  ଅଛନ୍ତି।

Comment