ଓଡ଼ିଶାଲାଇଭ୍ ବ୍ୟୁରୋ

  • ଦିନକରେ ୪୧୮ ଆକ୍ରାନ୍ତ, ୫ ମୃତ
  • ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୮,୭୨୫କୁ ବୃଦ୍ଧି
  • ମୋଟ କରୋନା ମୃତ୍ୟୁସଂଖ୍ୟା ୧,୭୩୯କୁ ବୃଦ୍ଧି

ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି। ଏହି କ୍ରମରେ ଆଜି ପାଞ୍ଚ ଶହ ତଳକୁ ଖସିଛି ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟର ୨୮ଟି ଜିଲ୍ଲା ଓ ଷ୍ଟେଟ୍‌ ପୁଲ୍‌ରୁ ୪୧୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍‌ରୁ ୨୪୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୭୭ ଜଣ ଆକ୍ରାନ୍ତ ଅଛନ୍ତି। ଅନ୍ୟପଟେ ଆଜି ୫ ଜଣ କରୋନାରେ ପ୍ରାଣ ହରାଇଥିବା ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୪୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୩୪ ଜଣ, ମୟୂରଭଞ୍ଜରୁ ୩୨ ଜଣ, କଟକରୁ ୨୫ ଜଣ, ଖୋର୍ଦ୍ଧା ଓ ନୂଆପଡ଼ାରୁ ୨୩ ଜଣ ଲେଖାଏଁ ଆକ୍ରାନ୍ତ ଅଛନ୍ତି।

ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୮,୭୨୫କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩,୧୧,୨୫୬ ଜଣ ସୁସ୍ଥ ହୋଇଥିବା ବେଳେ ୫,୬୭୭ ଜଣ ସକ୍ରିୟ ରୋଗୀ ଅଛନ୍ତି। ସେହିପରି ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧,୭୩୯କୁ ବୃଦ୍ଧି ପାଇଛି।

Comment