ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ କରୋନା ଟିକାକରଣ ପାଇଁ ଶନିବାର ରାଜ୍ୟ ସ୍ତରରେ ଏକ କମିଟି ଗଠନ କରାଯାଇଛି। ଏହି କମିଟିରେ ୨୧ ଜଣ ସଦସ୍ୟ ରହିଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଏହାର ମୁଖ୍ୟ ରହିବେ।

ଏହି ୨୧ ଜଣିଆ କମିଟିରେ ସାର୍ବଜନୀନ ଟିକାକରଣ ବିଭାଗର ଜଣେ ଅଧିକାରୀ, ଡ୍ରଗ୍ସ କଣ୍ଟ୍ରୋଲର, ଏସସିବି ମେଡିକାଲ କଲେଜ ଓ କ୍ୟାପିଟାଲ ହସ୍ପିଟାଲର ବିଭାଗୀୟ ମୁଖ୍ୟ ପ୍ରଭୃତି ସଦସ୍ୟ ଅଛନ୍ତି।

ଏହି କମିଟି ସବୁ ଜିଲ୍ଲା ଗସ୍ତ କରି କରୋନା ଟିକା ବ୍ୟବସ୍ଥାର ସମୀକ୍ଷା କରିବେ। ଏଥିସହ ଜିଲ୍ଲା ସ୍ତରରେ କମିଟି ମଧ୍ୟ ଗଠନ ହୋଇଛି। ପ୍ରତି ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଏହାର ଅଧ୍ୟକ୍ଷ ରହିବେ ଓ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଏହାର ସଦସ୍ୟ ହେବା ନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comment