ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଦିନକରେ ୩୫୬ ଆକ୍ରାନ୍ତ, ୩ ମୃତ
  • ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫,୮୬୧କୁ ବୃଦ୍ଧି
  • କରୋନା ମୃତ୍ୟୁସଂଖ୍ୟା ୧,୮୩୨କୁ ବୃଦ୍ଧି

ରାଜ୍ୟର ୨୬ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଆଜି ୩୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ୱାରେଣ୍ଟାଇନରୁ ୧୯୯ ଜଣ ଥିବା ବେଳେ ୧୫୭ଟି ଲୋକାଲ କେସ୍ ରହିଛି। ଅନ୍ୟପଟେ ଆଜି ଆଉ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୩୫ ଜଣ, ମୟୂରଭଞ୍ଜ ଓ ଅନୁଗୁଳରୁ ୨୯ ଜଣ ଲେଖାଏଁ, ବାଲେଶ୍ୱରରୁ ୨୬ ଜଣ, ସମ୍ବଲପୁରରୁ ୨୫ ଜଣ ପଜିଟିଭ୍ ଅଛନ୍ତି। ଏଥିସହ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫,୮୬୧କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩,୨୦,୯୪୭ ଜଣ ସୁସ୍ଥ ହୋଇଥିବା ବେଳେ ୩,୦୨୯ ଜଣ ସକ୍ରିୟ ରୋଗୀ ଅଛନ୍ତି। ଅନ୍ୟପଟେ ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧,୮୩୨କୁ ବୃଦ୍ଧି ପାଇଛି।

Comment