ଓଡ଼ିଶାଲାଇଭ୍ ବ୍ୟୁରୋ

  • ଦିନକରେ ୩୦୫ ଆକ୍ରାନ୍ତ, ମୃତ
  • ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୩,୨୯,୩୦୬କୁ ବୃଦ୍ଧି
  • କରୋନା ମୃତକଙ୍କ ସଂଖ୍ୟା କୁ ବୃଦ୍ଧି

ରାଜ୍ୟର ୨୮ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଆଜି ୩୦୫ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୧୭୪ ଜଣ କ୍ୱାରେଣ୍ଟାଇନରୁ ଥିବା ବେଳେ ୧୩୧ଟି ଲୋକାଲ କେସ୍ ରହିଛି।

ଆଜି ସମ୍ବଲପୁର ଓ ସୁନ୍ଦରଗଡ଼ରୁ ସର୍ବାଧିକ ୨୮ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୨୬ ଜଣ, ବରଗଡ଼ରୁ ୨୫ ଜଣ, କଟକ ଓ ଖୋର୍ଦ୍ଧାରୁ ୨୩ ଜଣ ଲେଖାଏଁ, କେନ୍ଦୁଝରରୁ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟାନ୍ୟ ଜିଲ୍ଲାଗୁଡ଼କରୁ ମଧ୍ୟ ଏକାଧିକ ପଜିଟିଭ୍ ଅଛନ୍ତି।

ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୩,୨୯,୩୦୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩,୨୪,୭୭୫ ଜଣ ସୁସ୍ଥ ହୋଇଥିବା ବେଳେ ୨,୬୦୭ ଜଣ ସକ୍ରିୟ ରୋଗୀ ଅଛନ୍ତି।

Comment