ଓଡ଼ିଶାଲାଇବ୍ କରୋନା ବ୍ୟୁରୋ

ରାଜ୍ୟର ୨୩ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଆଜି ୨୦୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ୱାରେଣ୍ଟାଇନରୁ ୧୧୯ ଜଣ ଥିବା ବେଳେ ୮୭ଟି ଲୋକାଲ କେସ୍ ରହିଛି। ଅନ୍ୟପଟେ ଆଜି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଆଜି ଅନୁଗୁଳରୁ ସର୍ବାଧିକ ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବଲାଙ୍ଗିର ଓ ସୁନ୍ଦରଗଡ଼ରୁ ୨୬ ଜଣ ଲେଖାଏଁ, ଖୋର୍ଦ୍ଧାରୁ ୧୮ ଜଣ, ବରଗଡ଼ ଓ ସମ୍ବଲପୁରରୁ ୧୬ ଜଣ ଲେଖାଏଁ, ଯାଜପୁରରୁ ୧୦ ଜଣ ପଜିଟିଭ୍ ଅଛନ୍ତି। ଏଥିସହ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୩,୩୧,୬୦୨କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩,୨୭,୫୩୪ ଜଣ ସୁସ୍ଥ ହୋଇଥିବା ବେଳେ ୨,୧୨୪ ଜଣ ସକ୍ରିୟ ରୋଗୀ ଅଛନ୍ତି। ଅନ୍ୟପଟେ ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧,୮୯୧କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here