ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆରମ୍ଭ ହୋଇଛି ଟିକାକରଣ। ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋ ସର୍ଜନ୍ ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କୁ ଦିଆଯାଇଛି ପ୍ରଥମ ଟିକା। ଅଶୋକ ମହାପାତ୍ରଙ୍କ ପରେ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ହସ୍ପିଟାଲରେ ଏହି ଟିକା କାର୍ଯ୍ୟକ୍ରମ ଦିନସାରା ଚାଲିବ ବୋଲି ଜଣାପଡ଼ିଛି।

ସମ୍‌ରେ ଟିକାକରଣ କାର୍ଯ୍ୟକ୍ରମ ନିମନ୍ତେ ୬ଟି ଅସ୍ଥାୟୀ ହଲ୍ ପ୍ରସ୍ତୁତ କରାଯାଇଥିବା ବେଳେ ୨ଟି ହଲ୍‌କୁ ରେଜିଷ୍ଟ୍ରେସନ୍‌,୨ଟିକୁ ଟିକାକରଣ ଏବଂ ୨ଟି ହଲ୍‌କୁ ଟିକା ଗ୍ରହଣ କରିବା ବ୍ୟକ୍ତି ୩୦ ମିନିଟ୍ ବିଶ୍ରାମ ନେବା ନିମନ୍ତେ ପ୍ରସ୍ତୁତ କରାଯାଇଛି। ଯଦିଓ କୌଣସି ପ୍ରକାର ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ନାହିଁ ତେବେ ବି ଜରୁରୀକାଳୀନ ଆବଶ୍ୟକତା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ପୂର୍ବରୁ କୋଭିଡ୍‌-୧୯ ଭାକ୍ସିନ୍ ‘କୋଭାକ୍ସିନ୍‌’ ର କ୍ଲିନିକାଲ୍ ଟ୍ରାଏଲ୍ ନିମନ୍ତେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ମନୋନୀତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here