ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ୱାଳ): କୋଣାର୍କ ଯାତ୍ରୀନିବାସରେ ସୋମବାର ପାଳିତ ହୋଇଛି ଉତ୍କଳ ସାମ୍ବାଦିକ ସଙ୍ଘର ପ୍ରତିଷ୍ଠା ଦିବସ। ଉତ୍କଳ ସାମ୍ବାଦିକ ସଙ୍ଘର ସଭାପତି ବିଭୂତି ଭୂଷଣ କରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାର ସାମ୍ବାଦିକମାନେ ଯୋଗ ଦେଇଥିଲେ।

ଅତିଥି ଭାବେ ଏହି ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିଲେ ଓଡ଼ିଶା ରାଜନୀତିର ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ସଂଜୟ ଦାସ ବର୍ମା, ଓଟିଡିସି ର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପୁରୀ ଜିଲ୍ଳା ପରିଷଦ ଅଧକ୍ଷ ଜ୍ୟୋର୍ତିମୟୀ ଦଳେଇ, ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ୱାଧିନ କୁମାର ନାୟକ, ଦିଲ୍ଲୀପ ବିଶୋଇ।

ଉପସ୍ଥିତ ଅତିଥିମାନେ ସମ୍ବାଦିକଙ୍କ କର୍ମ ଜୀବନ ଓ ସାମ୍ବାଦିକତାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଓଡ଼ିଶାର ସମସ୍ତ ସାମ୍ବାଦିକଙ୍କ ପାଇଁ କ’ଣ ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ଚର୍ଚ୍ଚା ହୋଇଥିଲା।

ଏହି ଅବସରରେ ‘ଓଡ଼ିଶା ବାର୍ତାଜୀବୀ’ ନାମକ ଏକ ଖବର କାଗଜ ଉନ୍ମୋଚିତ ହୋଇଥିଲା। ପରେ କୋଣାର୍କର ସଙ୍ଗୀତ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଗୁରୁଙ୍କ ଦ୍ଵାରା ସଙ୍ଗୀତ ପରିବେଷଣ ହୋଇଥିଲା।

Comment