ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାନୁଆରି ୨୬ରେ ଚାଷୀଙ୍କ ଟ୍ରାକ୍ଟର ରାଲିକୁ ସର୍ତ୍ତମୂଳକ ଭାବେ ଦିଲ୍ଲୀ ପୋଲିସ ଅନୁମତି ଦେଇଛି। ଗଣତନ୍ତ୍ର ଦିବସରେ ଚାଷୀମାନେ ସିଙ୍ଘୁ, ଟିକ୍ରି ଓ ଘାଜିପୁର ସୀମାରୁ ଟ୍ରାକ୍ଟର ଶୋଭାଯାତ୍ରା ବାହାର କରିବାକୁ ପୋଲିସ କହିଛି। ଚାଷୀନେତା ଓ ଦିଲ୍ଲୀ ପୋଲିସ ମଧ୍ୟରେ ସିଂଘୁ ସୀମାରେ ରବିବାର ବସିଥିବା ବୈଠକ ଏନେଇ ସହିମତି ମିଳିଛି।

ଟିକ୍ରି ସୀମାଠାରୁ ୬୩ କିଲୋମିଟର, ସିଙ୍ଘୁ ସୀମାଠାରୁ ୬୨ କିଲୋମିଟର ଘାଜିପୁରଠାରୁ ୨୭ କିଲୋମିଟର ପର୍ଯ୍ୟନ୍ତ ଚାଷୀମାନେ ରାଲି କରିବେ। ରାଲି ସମୟରେ ଶାନ୍ତି ବଜାୟ ରଖିବା ସହିତ ପୋଲିସକୁ ସହଯୋଗ କରିବା ପାଇଁ କୁହାଯାଇଛି।

ଅନ୍ୟପଟେ ଏହି ରାଲିରେ ବିଶୃଙ୍ଖଳା ହେବା ନେଇ ପୋଲିସକୁ ଗୁଇନ୍ଦା ବିଭାଗ ସୂଚନା ଦେଇଛି। ତେଣୁ ରାଲିରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ।

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଚାଷୀମାନେ ଗତ ୫୮ ଦିନ ହେଲା ଦିଲ୍ଲୀ ସୀମାରେ ଧାରଣାରେ ବସିଛନ୍ତି। ସରକାର ଓ ଚାଷୀଙ୍କ ଭିତରେ ବାରମ୍ବାର ବୈଠକ ହେବା ପରେ ମଧ୍ୟ କୌଣସି ସମାଧାନର ବାଟ ବାହାରି ପାରି ନାହିଁ। ଏହି ଆଇନକୁ ବିରୋଧ କରିବାକୁ ଯାଇ ଚାଷୀମାନେ ଏହି ଟ୍ରାକ୍ଟର ରାଲି ଆୟୋଜନ କରିଛନ୍ତି।

Comment