ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡର ହଟ୍ ହିରୋଇନ ନୋରା ଫତେହୀ ଆଜି ୨୯ ବର୍ଷ ବୟସରେ ପାଦ ଦେଇଛନ୍ତି।
ବଲିଉଡରେ ହଟ୍ ଡ୍ୟାନ୍ସ କରି ସାରା ଦୁନିଆକୁ ଦିଓ୍ୱାନା କରିଛନ୍ତି ଅଭିନେତ୍ରୀ ନୋରା ଫତେହୀ। ନୋରା ଆଜି ଯେଉଁ ସଫଳତାରେ ପହଞ୍ଚିଛନ୍ତି ସେଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଛି। ଆସନ୍ତୁ ଜାଣିବା ନୋରାଙ୍କ ସଂପର୍କରେ କିଛି କଥା…
ଦିଲବର ଗାର୍ଲ ବନିଥିବା ନୋରା ହେଉଛନ୍ତି ଜଣେ ଇଣ୍ଡୋ-ମରକ୍କୋ ଡ୍ୟାନ୍ସର୍, ମଡେଲ୍ ଓ ଅଭିନେତ୍ରୀ। ବଲିଉଡରେ ନୋରା ‘ରୋର୍-ଟାଇଗର୍ସ ଅଫ୍ ସୁନ୍ଦରବନ’ ଫିଲ୍ମ ଜରିଆରେ ଡେବ୍ୟୁ କରିଥିଲେ।
ନୋରା ‘ବାହୁବଲି ଦ ବିଗିନିଙ୍ଗ’, ‘କିକ୍-୨’, ଶେର୍, ଲୋଫର୍ ଓ ‘ଉପ୍ରି’ ଆଦି ତେଲୁଗୁ ସିନେମାରେ ମଧ୍ୟ ଅଭିନୟ କରିଥିଲେ। ଏହାପରେ ସେ ‘ବିଗ୍ବସ୍-୯’ରେ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରି ଚର୍ଚ୍ଚାକୁ ଆସିଥିଲେ। ଏହି ସୋ’ରୁ ୮୪ତମ ଦିନ ତାଙ୍କୁ ବିଦାୟ ନେବାକୁ ପଡ଼ିଥିଲା।
ନୋରା ସତ୍ୟମେବ ଜୟତେ ଫିଲ୍ମର ’ଦିଲବର୍ ଦିଲବର୍’ ଗୀତ ପାଇଁ ବେଶ୍ ଚର୍ଚ୍ଚାରେ ଥିଲେ। ଏବେ ସେ ଫିଲ୍ମ ଷ୍ଟ୍ରିଟ ଡ୍ୟାନ୍ସର ୩ଡିର ଗୀତ ‘ଗରମୀ’କୁ ନେଇ ଚର୍ଚ୍ଚାରେ ଅଛନ୍ତି।