ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୁଣା ଯାନ ଅର୍ଥାତ୍ ୧୫ ବର୍ଷରୁ ଉର୍ଦ୍ଧ୍ୱ ଯାନର ପଞ୍ଜୀକରଣ ସାର୍ଟିଫିକେଟ(ଆରସି) ନବୀକରଣ ଫି’ ବୃଦ୍ଧି କରାଯିବ। ଚଳିତ ବର୍ଷ ଅକ୍ଟୋବରରୁ ଏହି ଫି’ ଲାଗୁ ହେବାର ସମ୍ଭାବନା ରହିଛି। ଏନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।

କେନ୍ଦ୍ରୀୟ ମୋଟର ଯାନ ସଂଶୋଧିତ ନିୟମ ୨୦୨୧ରେ ସବୁ ପ୍ରକାର ଯାନର ପଞ୍ଜୀକରଣ ଫି’ ବୃଦ୍ଧି ଓ ପଞ୍ଜୀକରଣ ନବୀକରଣ ଫି’ ବୃଦ୍ଧିର ପ୍ରସ୍ତାବ ରହିଛି। ଏଥିସହ ପୁରୁଣା ଗାଡ଼ିଗୁଡ଼ିକର ଫିଟନେସ୍ ପାଇଁ ଫି’ ମଧ୍ୟ ବୃଦ୍ଧି କରାଯିବ। କେବଳ ପୁରୁଣା ଯାନ ନୁହେଁ ନୂଆ ଯାନର ପଞ୍ଜୀକରଣ ଫି’ ବୃଦ୍ଧି କରିବାକୁ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।

Comment