ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ ବ୍ରିଟେନ ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ଏନେଇ ନାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ନିର୍ଦ୍ଦେଶକ ଏସ୍.କେ ସିଂହ ସୂଚନା ଦେଇଛନ୍ତି। ସମୁଦାୟ ୧୮ଟି ରାଜ୍ୟରୁ ମୋଟ୍ ୭୭୧ ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି। ୭୭୧ରୁ ୭୩୬ଟି ବ୍ରିଟେନ ଷ୍ଟ୍ରେନ। ଅନ୍ୟ ୩୪ଟି ଦକ୍ଷିଣ ଆଫ୍ରିକା ଓ ଗୋଟିଏ ବ୍ରାଜିଲ ଷ୍ଟ୍ରେନ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ମୋଟ ୭୩୬ ବ୍ରିଟେନ ଷ୍ଟ୍ରେନ ଭିତରୁ ଓଡ଼ିଶାରୁ ୩ଟି ଥିବାବେଳେ ପଞ୍ଜାବରୁ ୩୩୬ ଚିହ୍ନଟ ହୋଇଥିବା ଏସ୍.କେ ସିଂହ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ନୂଆ ଷ୍ଟ୍ରେନକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି, “ଚିହ୍ନଟ ତିନି ଜଣ ଡିସେମ୍ବରରୁ ଓଡ଼ିଶା ଆସିଥିଲେ । ଆଇଏମଆର ପକ୍ଷରୁ ଜିନୋମ୍ ପରୀକ୍ଷା ବେଳେ ଏକଥା ଜଣାପଡ଼ିଥିଲା। କିନ୍ତୁ ଲୋକମାନେ ଭୟଭୀତ ହେବେ ବୋଲି ଏ ତଥ୍ୟ ପ୍ରକାଶ କରାଯାଇନଥିଲା। ଏହାକୁ ନେଇ ନଡରିବାକୁ ପରାମର୍ଶ ଦେଇଛନ୍ତି।”

















