ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ କରୋନା ସ୍ଥିତି ସାଙ୍ଘାତିକ ରୂପ ନେଲାଣି। ଦୈନିକ ବହୁ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏଥିସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଲାଣି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨ ହଜାର ୨୫୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ୨୯୧ ଜଣଙ୍କର ମୃତ୍ୟୁ ହୋଇଛି।

ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା, ୧,୧୯,୦୮,୯୧୦ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୧,୧୨,୯୫,୦୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ୪,୫୨,୬୪୭ ରହିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧,୬୧,୨୪୦କୁ ବୃଦ୍ଧି ପାଇଛି। ଏଯାବତ୍ ଦେଶରେ ମୋଟ ୫,୮୧,୦୯,୭୭୩ ଜଣଙ୍କୁ କରୋନା ଟିକା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here