ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ନବରଙ୍ଗପୁରରେ ନାଇଟ କର୍ଫ୍ୟୁ ଜାରି କରାଯାଇଥିଲା। କିନ୍ତୁ ଏବେ ଜିଲ୍ଲାରେ ଏହି ସଂଖ୍ୟାରେ ହ୍ରାସ ଘଟୁଥିବାରୁ ନାଇଟ କର୍ଫ୍ୟୁକୁ ହଟାଇ ଦିଆଯାଇଛି। ଏନେଇ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାରେ ମାର୍ଚ୍ଚ ୨୫ରେ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଥିଲା। ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଥିଲା। ଏଥିସହ ସର୍ବସାଧାରଣରେ ୫ଜଣରୁ ଅଧିକ ବ୍ୟକ୍ତି ଏକାଠି ନହେବାକୁ କୁହାଯାଇଥିଲା। ଜିଲ୍ଲାରେ ସମସ୍ତ ଧାର୍ମିକ, ସାମାଜିକ କାର୍ଯ୍ୟକ୍ରମ ବନ୍ଦ କରିବାକୁ ନିଷ୍ପତ୍ତି ଦିଆଯାଇଥିଲା । କିନ୍ତୁ କର୍ଫ୍ୟୁ ସମୟରେ ଜରୁରୀକାଳିନ ସେବା ଉପରେ କୌଣସି ପ୍ରଭାବ ପଡ଼ିନଥିଲା।

Comment