ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୮୬ ଜଣ ସ୍ଥାନୀୟ ସଂକ୍ରମିତ। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୪୦୨ରେ ପହଞ୍ଚିଛି।

ଆଜି ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ୩୬ ଜଣ ଚିହ୍ନଟ ହୋଇଥିବାବେଳେ, ଦ୍ୱିତୀୟରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଏଥିସହ ଅନୁଗୁଳରୁ ୩ଜଣ, ବାଲେଶ୍ୱରରୁ ୮, ବରଗଡ଼ରୁ ୨୨, ବଲାଙ୍ଗୀରରୁ ୪, ବୌଦ୍ଧରୁ ଜଣେ, କଟକରୁ ୧୫, ଗଞ୍ଜାମରୁ ୩, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୧୧, କଳାହାଣ୍ଡିରୁ ୨୨, କେନ୍ଦ୍ରାପଡ଼ାରୁ ୩, ମୟୁରଭଞ୍ଜରୁ ୯, ନବରଙ୍ଗପୁରରୁ ଜଣେ, ପୁରୀରୁ ୯, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୫, ସୁନ୍ଦରଗଡ଼ରୁ ୭, ଷ୍ଟେଟ ପୁଲରୁ ୭ ଚିହ୍ନଟ ହୋଇଛନ୍ତି।

ଏବେ ସୁଦ୍ଧା ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩ ଲକ୍ଷ ୩୬ ହଜାର ୬୯୧ଜଣ ଓ ସକ୍ରିୟ ରହିଛନ୍ତି ୧୭୩୭ ଜଣ ଆକ୍ରାନ୍ତ। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

Comment