ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଥିଲା ବେଳେ ଗତ ୨୪ ଘଣ୍ଟାରେ କଳାହାଣ୍ଡିରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଗୋଟିଏ ଦିନରେ ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହୋଇଥିବାରୁ ଏହା ପ୍ରଶାସନର ଚିନ୍ତା ବଢ଼ାଇଛି। ଜିଲ୍ଲାରେ କରୋନା ସଂକ୍ରମଣରେ ନିୟନ୍ତ୍ରଣ କରିବାକୁ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛି।

ଅନ୍ୟପକ୍ଷରେ ରାଜ୍ୟରେ କରୋନା ସଂକ୍ରମଣ ଏବେ ମାଡ଼ି ମାଡ଼ି ଚାଲିଛି। ଗତ ୨୫ ତାରିଖରୁ ଦୈନିକ ସଂକ୍ରମଣ ଆଉ ୨୦୦ ତଳକୁ ଖସୁନି। ଏଇ ୬ ଦିନରେ ରାଜ୍ୟରେ ୧୫ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗତ ୨୮ ତାରିଖରେ ରାଜ୍ୟରେ ୨୯୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲା ବେଳେ ୨୯ରେ ୨୦୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେହିପରି ୩୦ରେ  ୨୧୮ ଜଣ ରୋଗୀ ଚିହ୍ନଟ ହୋଇଥିଲା ବେଳେ ଆଜି ୨୯୭ ଜଣ ଚିହ୍ନଟ ହୋଇଛନ୍ତି।

Comment