ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାବାସୀଙ୍କୁ ଡରାଇଲାଣି କରୋନାର ଦ୍ୱିତୀୟ ଲହରି। କିଛି ଦିନ ହେବ ଦୈନିକ ୨ଶହ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ, ଆଜି ୩ଶହରୁ ଊର୍ଦ୍ଧ୍ୱ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୩୯୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ, ୧୬୩ ଲୋକାଲ୍ କେସ୍ ରହିଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି କଳାହାଣ୍ଡିରୁ ୪୩, ନୂଆପଡାରୁ ୪୦, ବରଗଡରୁ ୩୪, ସୁନ୍ଦରଗଡରୁ ୩୧, କଟକରୁ ୨୭ ଓ ଅନୁଗୁଳରୁ ୨୪, ମୟୂରଭଞ୍ଜରୁ ୧୯, ଷ୍ଟେଟପୁଲରୁ ୧୫, ସମ୍ବଲପୁରରୁ ୧୪, ପୁରୀରୁ ୧୨, ବଲାଙ୍ଗିରରୁ ୧୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ୨୪ ଘଣ୍ଟାରେ ୨୯,୨୬୦ ନମୁନା ପରୀକ୍ଷା ହୋଇଥିବା ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପକ୍ଷରେ ରାଜ୍ୟରେ ଆରଟିପିସିଆର ଟେଷ୍ଟ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଲୋକମାନଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନ କରାଯାଉଛି।

Comment