ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ କରୋନା ସ୍ଥିତି ଅଣାୟତ୍ତ ହେଲାଣି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ୯୬ ହଜାର ୯୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ୪୪୬ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୬ଲକ୍ଷ ୮୬ହଜାର ୪୯କୁ ବୃଦ୍ଧି ପାଇଛି। ଏଥିସହ ୧ଲକ୍ଷ ୬୫ହଜାର ୫୪୭ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ଦେଶରେ ୧କୋଟି ୧୭ଲକ୍ଷ ୩୨ ହଜାର ୨୭୯ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାବତ୍ ୭ଲକ୍ଷ ୮୮ହଜାର ୨୨୩ ଟି ସକ୍ରିୟ ମାମଲା ରହିଛି।

କେନ୍ଦ୍ରର ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୮କୋଟି ୩୧ଲକ୍ଷ ୧୦ହଜାର ୯୨୬ ଜଣଙ୍କୁ ଟିକା ଦିଆଯାଇଛି।

Comment