ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫୮୮କରୋନା ପଜିଟିଭ୍। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୪୨ଜଣ ହୋଇଥିବାବେଳେ, ୨୪୬ ଟି ଲୋକାଲ କେସ୍ ରହିଛି। ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ମିଳିଛି।

ଦୁଇଦିନ ହେବ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫ଶହ ଟିବାପରେ ଲାଗିଲାଣି। ଆଜି ସର୍ବାଧିକ ୧୦୫ ସଂକ୍ରମିତ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ ଦ୍ୱିତୀୟରେ ରହିଛି ସୁନ୍ଦରଗଡ଼। ସେଠାରୁ ୮୪ଜଣ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ୟା ୩ଲକ୍ଷ ୪୩ହଜାର ୮୫୬କୁ ବୃଦ୍ଧି ପାଇଛି। ଏଥିସହ ୩ଲକ୍ଷ ୩୮ହଜାର ୧୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ୩୭୩୧ଟି ସକ୍ରିୟ କେସ୍ ରହିଛି।

କରୋନା ସହ ଲଢ଼ିବା ନିମନ୍ତେ ଟିକାକରଣ ପ୍ରକ୍ରିୟା ଚାଲୁରହିଛି। ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ନିଜର ପ୍ରମାଣ ପତ୍ର ଦେଖାଇ ଟିକା କେନ୍ଦ୍ରମାନଙ୍କରେ ଟିକା ନେଉଛନ୍ତି। ତେବେ ଗତ ୨୪ଘଣ୍ଟାରେ ୨୧୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଥିବା ସୂଚନା ମିଳିଛି।

Comment