ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି କରୋନା। ଆଜି ରାଜ୍ୟରୁ ୭୯୧ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ଜଣଙ୍କର ମୃତ୍ୟୁ ହୋଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୫୯ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ, ୩୩୨ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁସାରେ, ପୁରୀ ଜିଲ୍ଲାର ଜଣେ ୨୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି। ସେ ପୂର୍ବରୁ ମେଧୁମେହ ରୋଗରେ ପିଡ଼ୀତ ଥିଲେ। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୪୭ଜଣ ଚିହ୍ନଟ ହୋଇଥିବାବେଳେ, ଖୋର୍ଦ୍ଧାରୁ ୧୧୮ଜଣ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ୩ ଲକ୍ଷ ୪୪ ହଜାର ୬୪୭ ପଜିଟିଭ୍ କେସ୍ ରହିଥିବାବେଳେ, ୩ଲକ୍ଷ ୩୮ ହଜାର ୪୧୬ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ୨୪ଘଣ୍ଟା ମଧ୍ୟରେ ୨୬୬ଜଣ ନୂଆ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୪୨୫୫ଟି ସକ୍ରିୟ କେସ୍ ରହିଛି।

ଏପର୍ଯ୍ୟନ୍ତ ରାଜ୍ୟରେ କୋଭିଡ୍ ଯୋଦ୍ଧା, ସ୍ୱାସ୍ଥ୍ୟସେବା ହିତାଧିକାରୀ ଏବଂ ବରିଷ୍ଠ ତଥା ୪୫ ବର୍ଷରୁ ଊର୍ଦ୍ଧ୍ୱ ନାଗରିକଙ୍କୁ ମିଶାଇ ମୋଟ ୧,୭୩,୩୦୭ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇଛି। ଏଥି ମଧ୍ୟରୁ ୪୫ରୁ ୫୯ ବର୍ଷ ବୟସର ୧,୦୯,୪୦୫ଜଣ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ୱ ୫୦,୯୦୬ ଜଣ ନାଗରିକ ପ୍ରଥମ ଡୋଜ୍ ଟିକା ନେଇଛନ୍ତି।

Comment