ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶବ୍ୟାପି କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି। ଆସନ୍ତା ମେ’ ୧ରୁ ଦେଶରେ ସମସ୍ତ ୧୮ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଦିଆଯିବ କରୋନା ଟିକା। ଏନେଇ କେନ୍ଦ୍ରସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ସମସ୍ତ ସରକାରୀ ହସ୍ପିଟାଲରେ ଏହା ମାଗଣାରେ ମିଳିବ। ଟିକା ନେବା ପାଇଁ କୋୱିନ ପୋର୍ଟାଲ ଜରିଆରେ ପଞ୍ଜୀକରଣ ବ୍ୟବସ୍ଥା କରାଯାଇଛି।

କୋୱିନ ପୋର୍ଟାଲ କ’ଣ?

ଭାରତୀୟ ନାଗରିକଙ୍କ ଟିକାକରଣ ପାଇଁ କେନ୍ଦ୍ର ସରକାର ଏହି କୋଓ୍ୱିନ ପୋର୍ଟାଲ ଖୋଲିଛନ୍ତି। ଯେଉଁଥିରେ ଲୋକେ ଟିକା ନେବା ପାଇଁ ନିଜ ନାଁ ରେଜିଷ୍ଟ୍ରସନ କରିପାରିବେ। ଏହାସହିତ ନିକଟସ୍ଥ ଟିକା କେନ୍ଦ୍ର ସମ୍ପର୍କରେ ତଥ୍ୟ ପାଇପାରିବେ।

କେମିତି କରିବେ ପଞ୍ଜୀକରଣ?

  • ଟିକା ନେବା ପାଇଁ କୋଓ୍ୱିନ ପୋର୍ଟାଲରେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ଏଥିପାଇଁ ପ୍ରଥମେ ଆପଣଙ୍କୁ cowin.gov.in ୱେବସାଇଟ୍ ଯିବାକୁ ପଡ଼ିବ।
  • ଏହାପରେ ଆପଣଙ୍କୁ ନିଜ ମୋବାଇଲ୍ ନମ୍ବର କିମ୍ବା ଆଧାରକାର୍ଡ ନମ୍ବର ଦେବାକୁ ପଡ଼ିବ।
  • ଆପଣଙ୍କର ମୋବାଇଲ୍ ନମ୍ବରରେ ଏକ ଓଟିପି ଆସିବ।
  • ଓଟିପି ଦେବା ପରେ ଆପଣ ପରବର୍ତ୍ତୀ ପର‌୍ୟ୍ୟାୟକୁ ଯାଇପରିବେ।
  • ସେଠାରେ ଆପଣଙ୍କୁ ଯେକୌଣିସି ଏକ ପରିଚୟ ପତ୍ର ଦେବାକୁ ପଡ଼ିବ।
  • ଯଦି ଆପଣ ଏଠାରେ ଆଧାରକାର୍ଡ ଦେଲେ ତା’ ପରେ ଆପଣ ନିଜର ଆଧାର ନମ୍ବର ଦେବାକୁ ହେବ।
  • ଏହାପରେ ଆଧାରକାର୍ଡରେ ଆପଣଙ୍କର ଯେଉଁ ନାଁ ରହିଛି ସେହି ନାଁ ଏଠାରେ ଦେବେ।
  • ଏହାପରେ ଆପଣଙ୍କୁ ଲିଙ୍ଗ (ଜେଣ୍ଡର) ଚୟନ କରିବାକୁ ହେବ।
  • ନିଜର ଜନ୍ମ ତାରିଖ ଦେଇ ଆପଣ ନିଜ ନାଁ ଟିକା ପାଇଁ ପଞ୍ଜୀକରଣ କରିପାରିବେ।
  • ଏଠାରେ ଆପଣ ନିଜ ପରିବାରର ଅନ୍ୟ ସଦସ୍ୟମାନଙ୍କ ପାଇଁ ମଧ୍ୟ ପଞ୍ଜୀକୃତ କରିପାରିବେ।
  • ନିଜ ସୁବଧା ଅନୁଯାୟୀ ନିକଟତମ କେନ୍ଦ୍ର ମଧ୍ୟ ଆପଣ ଚୟନ କରିପାରିବେ।

କାରୋନା ଟିକାକରଣ ପାଇଁ କ’ଣ କ’ଣ ଡକ୍ୟୁମେଣ୍ଟ ଆବଶ୍ୟକ

  • ଆଧାରକାର୍ଡ
  • ପାନକାର୍ଡ
  • ଭୋଟର ଆଇଡି
  • ଡ୍ରାଇଭିଙ୍ଗ ଲାଇସେନ୍ସ
  • ଶ୍ରମ ମନ୍ତ୍ରାଳୟ ଅଧିନରେ ଥିବା ହେଲ୍‌ଥ ଇନ୍ସୁରାନ୍ସ ସ୍ମାର୍ଟ କାର୍ଡ
  • ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି
  • ଜବ୍ କାର୍ଡ
  • ପାସ୍‌ପୋର୍ଟ
  • ବ୍ୟାଙ୍କ ଓ ପୋଷ୍ଟ ଅଫିସର ପାସ୍‌ବୁକ୍‌
  • ପେନ୍‌ସନ୍ କାଗଜପତ୍ର
  • କେନ୍ଦ୍ର ଓ ରାଜ୍ୟ ସରକାର କିମ୍ବା କୌଣସି ପବ୍ଲିକ ଲିମିଟେଡ କମ୍ପାନିର ଆଇକାର୍ଡ

ଏକ ଫଟୋ ଆଇଡି ସହିତ ପଞ୍ଜୀକରଣ ସମୟରେ ଆପଣଙ୍କ ପାଖରେ ଅତି କମରେ ଗୋଟିଏ ଡକ୍ୟୁମେଣ୍ଟ ଥିବା ଆବଶ୍ୟକ। ଟିକାକରଣ ନେଇ ସରକାର ତିନୋଟି ରଣନୀତି ପ୍ରସ୍ତୁତ କରିଛନ୍ତି। ପ୍ରଥମ ପର‌୍ୟ୍ୟାୟରେ ଟିକା ଉତ୍ପାଦନକାରୀ ପ୍ରତି ମାସରେ ଯେତେ ଟିକା ଉତ୍ପାଦନ କରିବେ ତାର ୫୦ ପ୍ରତିଶତ ସେଣ୍ଟ୍ରାଲ୍ ଡ୍ରଗ୍ ଲାବୋରେଟୋରୀକୁ ଦେବାକୁ ସରକାର କହିଛନ୍ତି। ଏହାପରେ ବାକି ଟିକାକୁ ଉତ୍ପାଦନକାରୀ କମ୍ପାନିମାନେ ରାଜ୍ୟ ସରକାର ଏବଂ ଖୋଲା ବଜାରରକୁ ଯୋଗାଇ ପାରିବେ।

Comment