ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ ଆସି ପହଞ୍ଚିଛି ଋଷ୍ ନିର୍ମିତ ଟିକା ସ୍ପୁଟନିକ୍‌-ଭି। କେୟାର ହସ୍ପିଟାଲକୁ ଏହାର ୬ଶହ ଡୋଜ୍ ଆସିଥିବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ମିଳିଛି। ବର୍ତ୍ତମାନ ୧୮ରୁ ୪୪ବର୍ଷ ବୟସର ହିତାଧିକାରୀଙ୍କୁ ଏହି ଟିକା ମିଳିପାରିବ। ମଙ୍ଗଳବାରଠାରୁ କେୟାର ହସ୍ପିଟାଲ ଏବଂ ଆପୋଲୋରେ ଏହି ଟିକା ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି।vaccinationରାଜ୍ୟରେ କରୋନା ମହାମାରୀ ଚେନକୁ ଭାଙ୍ଗିବା ପାଇଁ ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ତେଣୁ ବିଭିନ୍ନ ଜିଲ୍ଲାରେ ଦ୍ରୁତ ଗତିରେ ଚାଲିଛି ଟିକାକରଣ ପ୍ରକ୍ରିୟା। ୧୮-୪୪ ଏବଂ ୪୫ରୁ ଅଧିକ ବୟସ୍କଙ୍କୁ କୋଭାକ୍ସିନ ଏବଂ କୋଭିସିଲ୍ଡ ଟିକା ଦିଆଯାଉଥିବାବେଳେ, ଏବେ ରାଜ୍ୟରେ ସ୍ପୁଟନିକ୍‌-ଭି ଟିକା ଦିଆଯିବ ବୋଲି ସୂଚନା ରହିଛି।

ହିତାଧିକାରୀମାନେ କୋୱିନ୍ ଆପ୍ ଜରିଆରେ ସ୍ପୁଟନିକ୍‌-ଭି ଟିକା ପାଇଁ ପଞ୍ଜୀକରଣ କରିପାରିବେ। ଏହାର ଗୋଟିଏ ଡୋଜର ଦାମ୍ ୧୧୪୫ଟଙ୍କା ନିର୍ଦ୍ଧାରଣ କରାଯାଇଛି। ଡଃ ରେଡ୍ଡୀ ଲ୍ୟାବ ଦ୍ୱାରା ଏହି ଟିକା ଭାରତରେ ଉପଲବ୍ଧ ହେଉଛି। ଏହି ଟିକା ପ୍ରତି ହିତାଧିକାରୀଙ୍କ ଆଗ୍ରହକୁ ଦେଖି ଆମଦାନୀ କରାଯିବ ବୋଲି କେୟାର ହସ୍ପିଟାଲ ପକ୍ଷରୁ କୁହାଯାଇଛି।

Comment