ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାର ଦ୍ଵିତୀୟ ଲହର ଏବେ ହୁ ହୁ ହୋଇ ବ୍ୟାପିବାରେ ଲାଗିଛି। ଅଧିକାଂଶ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି। ଆସନ୍ତୁ ଜାଣିବା କରୋନାର ନୂଆ ରୂପର ଲକ୍ଷଣ ସବୁ କ’ଣ?

  • ଦେହ ହାତ ଅବଶ ଲାଗିବା
  • ଭୋକ ନ ହେବା
  • ମୁଣ୍ଡ ବିନ୍ଧା ହେବା
  • ଦେହ ହାତ ଘୋଳା ବିନ୍ଧା ହେବା
  • ଦିନକୁ ୪ରୁ ୫ ଥର ପତଳା ଝାଡ଼ା ହେବା
  • ଚର୍ମ ରୋଗ ହେବା ଯେପରିକି ଚର୍ମ କୁଣ୍ଡାଇ ହେବା ବା ଲାଲ ପଡ଼ିଯିବା
  • ଗଳା ଦରଜ ହେବା, ନାକ ଚୁଣ୍ଟି ହେବା
  • ସାମାନ୍ୟ କାଶ ହେବା ସହ ଛାତିରେ ଯନ୍ତ୍ରଣା ହେବା

କରୋନାର ନୂଆ ରୂପ ଅଧିକ ବିପଦଜ୍ଜନକ

କରୋନାର ଦ୍ଵିତୀୟ ଷ୍ଟ୍ରେନ୍‌ ଅଧିକ ସଂକ୍ରାମକ। କାରଣ ଏହା ଶୁଖିଲା ବସ୍ତୁ ଉପରେ ପ୍ରାୟ ୮ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିପାରେ। ପୂର୍ବ ରୂପ ଅପେକ୍ଷା ଏହା ଅଧିକ ସହଜରେ ଦେହରେ ପ୍ରବେଶ ମଧ୍ୟ କରିପାରେ।

ଭାରତରେ ଏପର୍ଯ୍ୟନ୍ତ ବ୍ରିଟେନ୍‌, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ଷ୍ଟ୍ରେନ୍‌ ଚିହ୍ନଟ ହୋଇସାରିଲାଣି।

କିଭଳି ରହିବେ ସତର୍କ?

କୋଭିଡ୍‌ରୁ ସତର୍କ ରହିବା ପାଇଁ କୋଭିଡ୍‌ ନିରୋଧୀ ଆଚରଣ ଆପଣାନ୍ତୁ। ଯେପରିକି, ବାରମ୍ବାର ହାତ ଧୋଇବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବା ଇତ୍ୟାଦି।

ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯାଆନ୍ତୁ ନାହିଁ।

ସ୍କୁଲ, କଲେଜ, ମନ୍ଦିର, ବଜାର ଆଦିକୁ ଯିବାକୁ ବେଳେ କୋଭିଡ୍‌ର ସମସ୍ତ ନିୟମକୁ ପାଳନ କରନ୍ତୁ।

କୋଭିଡ୍‌ର କୌଣସି ଲକ୍ଷଣ ଦେଖାଗଲେ ତୁରନ୍ତ କୋଭିଡ୍‌ ପରୀକ୍ଷା କରାଇନିଅନ୍ତୁ।

ସୌଜନ୍ୟ – ସ୍ୱାସ୍ଥ୍ୟପ୍ଲସ୍

Comment