ଓଡ଼ିଶାଲାଇଭ୍ ବ୍ୟୁରୋ

ଲ୍ୟାଣ୍ଡ ରୋଭରର ଡିଫେଣ୍ଡରକୁ ୨୦୨୧ ୱାର୍ଲ୍ଡ କାର ଡିଜାଇନିଂ ଅଫ୍ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଛି। ଡିଜାଇନିଂ, ଅଫ୍-ରୋଡ୍ ଦକ୍ଷତା, ପ୍ଲଗ୍ ଇନ୍ ହାଇବ୍ରିଡ୍‌ରୁ ନୂଆ ଭି-୮ ପର୍ଯ୍ୟନ୍ତ ପାୱାର ଟ୍ରେନ୍ ଆଦିର ସ୍ଵତନ୍ତ୍ରତା ଆଧାରରେ ଡିଫେଣ୍ଡର କାର୍‌କୁ ଏହି ପୁରସ୍କାର ମିଳିଛି।

ଏଥରର ପୁରସ୍କାର ସହ ତୃତୀୟ ଥର ପାଇଁ ଲ୍ୟାଣ୍ଡ ରୋଭର କମ୍ପାନିକୁ ଏହି ଗ୍ଲୋବାଲ ସମ୍ମାନ ମିଳିଛି। ୨୦୧୮ରେ ରେଞ୍ଜ ରୋଭର ଭେଲାର ଏବଂ ୨୦୧୨ରେ ରେଞ୍ଜ ରୋଭର ଇଭାକ୍ୟୁ ୱାର୍ଲ୍ଡ କାର ଡିଜାଇନିଂ ଅଫ୍ ଦି ଇୟର ପୁରସ୍କାର ହାସଲ କରିଥିଲେ। ଏଯାଏଁ ଡିଫେଣ୍ଡର ୫୩ଟି ଅନ୍ତର୍ଜାତୀୟ ପୁରସ୍କାର ହାସଲ କରିଥିବା ବେଳେ ଲ୍ୟାଣ୍ଡ ରୋଭରର ୭୦ ବର୍ଷର ହଲମାର୍କ ରହିଥିବା କମ୍ପାନି ପକ୍ଷରୁ ଦାବି କରାଯାଇଛି।

ଏହି ଅବସରରେ ଜାଗୁଆର ଲ୍ୟାଣ୍ଡରୋଭର ଚିଫ୍ କ୍ରିଏଟିଭ୍ ଅଫିସର ପ୍ରଫେସର ଗେରି ମ୍ୟାକ୍‌ଗୋଭେର୍ନ ଓବିଇ କହିଛନ୍ତି, “ଏକବିଂଶ ଶତାବ୍ଦୀକୁ ଦୃଷ୍ଟିରେ ରଖି ଆମେ ଡିଫେଣ୍ଡର ନିର୍ମାଣ କରିଥିଲୁ। ଆମର ଲକ୍ଷ୍ୟ ଏବେ ପୂରଣ ହୋଇପାରିଛି। ଏହା ଲ୍ୟାଣ୍ଡରୋଭର ପାଇଁ ଏକ ଗର୍ବର ସମୟ। ଡିଫେଣ୍ଡର ଗ୍ରାହକଙ୍କ ବହୁବିଧ ଆବଶ୍ୟକତାକୁ ପୂରଣ କରିବା ସହିତ ଗ୍ରାହକମାନଙ୍କୁ ଏକ ଶକ୍ତିଶାଳୀ, ଦୀର୍ଘସ୍ଥାୟୀ ଓ ବିଶ୍ୱାସଯୋଗ୍ୟ ଉତ୍ପାଦ ଉପଲବ୍ଧ କରାଇବାକୁ ସକ୍ଷମ ହୋଇପାରିଛି।”

ଲ୍ୟାଣ୍ଡ ରୋଭରର ଡିଫେଣ୍ଡର ବଜାର ପ୍ରବେଶ କରିବା ଦିନଠାରୁ ୫୦ରୁ ଊର୍ଦ୍ଧ୍ଵ ଗ୍ଲୋବାଲ ପୁରସ୍କାର ହାସଲ କରିଛି। ସେଥିମଧ୍ୟରେ ରହିଛି ୨୦୨୦ର ଟପ୍ ଗିୟରର୍ସ କାର୍ ଅଫ୍ ଦି ଇୟର, ୨୦୨୧ ମୋଟୋର ଟ୍ରେଣ୍ଡସ୍ ଏସ୍ୟୁଭି ଅଫ୍ ଦି ଇୟର ଏବଂ ୨୦୨୦ ଅଟୋକାରର୍ସ ବେଷ୍ଟ ଏସ୍ୟୁଭି ଇତ୍ୟାଦି।

Comment