ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହୁ ହୁ ହୋଇ ବଢୁଥିବା ବେଳେ ମେ’ ପହିଲାରୁ ଦେଶରେ ତୃତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହେବ। ଏଥିରେ ୧୮ରୁ ୪୪ ବର୍ଷର ନାଗରିକମାନେ ଟିକା ନେବେ। ଏଥିପାଇଁ ଏପ୍ରିଲ ୨୮ରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେଉଛି। ଟିକା ନେବା ପାଇଁ କୋଓ୍ଵିନ୍ ପୋର୍ଟାଲ୍ ଏବଂ ଆରୋଗ୍ୟ ସେତୁ ମୋବାଇଲ୍ ଆପ୍ ମାଧ୍ୟମରେ ପଞ୍ଜୀକରଣର ବ୍ୟବସ୍ଥା କରାଯାଇଛି। ଆସନ୍ତୁ ଜାଣିବା କୋଓ୍ଵିନ୍ ପୋର୍ଟାଲରେ କିପରି ପଞ୍ଜୀକରଣ କରିବେ। କୋ-ଓ୍ଵିନ୍ ପୋର୍ଟାଲରେ କେମିତି କରିବେ ପଞ୍ଜୀକରଣ?

  • ଟିକା ନେବା ପାଇଁ କୋଓ୍ୱିନ ପୋର୍ଟାଲରେ ରେଜିଷ୍ଟ୍ରେସନ ପାଇଁ ପ୍ରଥମେ ଆପଣଙ୍କୁ cowin.gov.in ୱେବସାଇଟ୍ ଯିବାକୁ ପଡ଼ିବ।
  • ଏହା ପରେ ଆପଣ ନିଜ ମୋବାଇଲ୍ ନମ୍ବର ଦେବାକୁ ପଡ଼ିବ।
  • ଏହାପରେ ଆପଣଙ୍କ ମୋବାଇଲ୍‌କୁ ଏକ ଓଟିପି ଆସିବ।
  • ଓଟିପି ଦେବା ପରେ ଆପଣ ପରବର୍ତ୍ତୀ ପର୍ଯ୍ୟାୟକୁ ଯାଇପରିବେ।
  • ସେଠାରେ ଆପଣଙ୍କୁ ଯେକୌଣିସି ଏକ ପରିଚୟ ପତ୍ର ଦେବାକୁ ପଡ଼ିବ।
  • ଯଦି ଆପଣ ଆଧାରକାର୍ଡ ଦେଉଛନ୍ତି ତେବେ ଆପଣଙ୍କୁ ଆଧାର ନମ୍ବର ଦେବାକୁ ହେବ।
  • ଏହାପରେ ଆଧାରକାର୍ଡରେ ଆପଣଙ୍କର ଯେଉଁ ନାଁ ରହିଛି ସେହି ନାଁ ଏଠାରେ ଦେବେ।
  • ଏହାପରେ ଆପଣଙ୍କୁ ଲିଙ୍ଗ (ଜେଣ୍ଡର) ଚୟନ କରିବାକୁ ହେବ।
  • ଏହାପରେ ନିଜର ଜନ୍ମ ତାରିଖ ଦେଇ ଆପଣ ନିଜ ନାଁ ଟିକା ପାଇଁ ପଞ୍ଜୀକରଣ କରିପାରିବେ।
  • ଏଠାରେ ଆପଣ ନିଜ ପରିବାରର ଓ ଅନ୍ୟ ସଦସ୍ୟମାନଙ୍କ ପାଇଁ ମଧ୍ୟ ପଞ୍ଜୀକୃତ କରିପାରିବେ।
  • ନିଜ ସୁବଧା ଅନୁଯାୟୀ ନିକଟତମ କେନ୍ଦ୍ର ମଧ୍ୟ ଆପଣ ଚୟନ କରିପାରିବେ।

Comment