ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେବାସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ ଦେଶରେ, ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୯୨ ହଜାର ୪୮୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ୩୬୮୯ ଜଣଙ୍କର ମୃତ୍ୟୁ ହୋଇଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯୫ଲକ୍ଷ ୫୭ହଜାର ୪୫୭ରେ ପହଞ୍ଚିଛି। ସେହିପରି ନୂଆ ମୃତକଙ୍କୁ ମିଶାଇ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୧୫ହଜାର ୫୪୨ରେ ପହଞ୍ଚିଛି। ଏବେ ଦେଶରେ ୩୩ଲକ୍ଷ ୪୯ହଜାର ୬୪୪ ଆକ୍ଟିଭ କେସ୍ ରହିଛି। ସେହିପରି ୨୪ ଘଣ୍ଟାରେ ୩ଲକ୍ଷ ୦୭ହଜାର ୮୬୫ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂଆ ସୁସ୍ଥ ସଂଖ୍ୟାକୁ ମିଶାଇ ସମୁଦାୟ ୧କୋଟି ୫୯ଲକ୍ଷ ୯୨ହଜାର ୨୭୧ ଜଣ ସୁସ୍ଥ ହୋଇଛନ୍ତି।

କେନ୍ଦ୍ରର ତଥ୍ୟ ଅନୁସାରେ ଦେଶରେ ସମୁଦାୟ ୧୫କୋଟି ୬୮ଲକ୍ଷ ୧୬ହଜାର ୦୩୧ଜଣ ହିତାଧିକାରୀଙ୍କୁ ଟିକା ଦିଆସରିଛି। କରୋନା ନିୟନ୍ତ୍ରଣ ପାଇଁ ଅନେକ ରାଜ୍ୟରେ ଲାଗୁ ହୋଇଛି ଲକ୍‌ଡାଉନ୍ ଓ ସଟ୍‌ଡାଉନ୍।

Comment