ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକ୍‌ଡାଉନରେ ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଘରେ ବସି ମିଳିବ ଅନୁମତି। ଭୁବନେଶ୍ୱରବାସୀଙ୍କ ପାଇଁ ଏହି ବ୍ୟବସ୍ଥା ଘୋଷଣା କରିଛନ୍ତି ଡିସିପି ଉମାଶଙ୍କର ଦାସ। ଅନୁମତି ପାଇଁ ୧୦୦ କିମ୍ବା ୮୧୪୪୨୦୭୧୦୦ରେ ଫୋନ କରିପାରିବେ ଲୋକେ।

ସେହିପରି ହ୍ୱାଟ୍ସଆପ ମାଧ୍ୟମରେ ଆବେଦନକାରୀଙ୍କ ପାଖକୁ ଏକ ଫର୍ମାଟ ପଠାଯିବ। ଉକ୍ତ ଫର୍ମାଟକୁ ପୂରଣ କରି ପୋଲିସ ପାଖକୁ ପଠାଇବାକୁ ପଡ଼ିବ। ଫର୍ମାଟ ପୂରଣ ପରେ କମିସନରେଟ ପୋଲିସ ତରଫରୁ ମିଳିବ ଅନୁମତି।

କରୋନା ଦ୍ୱିତୀୟ ଲହର ଦିନକୁ ଦିନ ସଂଘାତିକ ହେଉଛି। ସଂକ୍ରମଣ ଚେନ୍‌କୁ କାଟିବା ପାଇଁ ରାଜ୍ୟ ସରକାର ୧୪ ଦିନିଆ ଲକଡାଉନ୍‌ ଘୋଷଣା କରିଛନ୍ତି। ଅନ୍ୟପଟେ ଲୋକେ ଘରୁ କେମିତି ନ ବାହାରିବେ ସେଥିପାଇଁ ପୋଲିସ ବ୍ୟବସ୍ଥା କରୁଛି।

Comment