ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗରେ କରୋନା ସ୍ଥିତି ବିପଦଜନକ ଥିବାବେଳେ, ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ପାଇଁ ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟରୁ ଯାଉଥିବା ଟ୍ରେନ୍ ଯାତ୍ରୀମାନଙ୍କ ଆରଟିପିସିଆର ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରିଛନ୍ତି। ଅନ୍ୟ ରାଜ୍ୟରୁ ପଶ୍ଚିମବଙ୍ଗ ଯାଉଥିବା ଯାତ୍ରୀମାନେ ସାଙ୍ଗରେ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ନେଇଯିବେ। ଉକ୍ତ ରିପୋର୍ଟଟି ୭୨ଘଣ୍ଟା ମଧ୍ୟରେ ହୋଇଥିବା ଆବଶ୍ୟକ।

ପଶ୍ଚିମବଙ୍ଗ ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀମାନଙ୍କୁ ଜଣାଇ ଦିଆଯାଇଛି। ପୁରୀ, ଭୁବନେଶ୍ୱର ଏବଂ ସମ୍ବଲପୁରରୁ ପଶ୍ଚିମବଙ୍ଗକୁ ଯାଉଥିବା ଟ୍ରେନ ପୁରୀ-ହାଓଡ଼ା ସ୍ପେଶାଲ, ପୁରୀ-ହାଓଡ଼ା ଦୁରନ୍ତ ସ୍ପେସିଆଲ, ଭୁବନେଶ୍ୱର-ହାଓଡ଼ା ସ୍ପେଶାଲ୍, ସମ୍ବଲପୁର-ହାଓଡ଼ା ସ୍ପେଶାଲ୍ ଯାତ୍ରୀମାନେ ସେମାନଙ୍କ ସାଙ୍ଗରେ ଆରଟିପିସିଆର ନେଗେଟିଭ ରିପୋର୍ଟ ଆଣିବାକୁ ପୂର୍ବ ତଟ ରେଳପଥ ପକ୍ଷରୁ ଅନୁରୋଧ କରାଯାଇଛି।

ଅନ୍ୟପଟେ ଦେଶରେ କରୋନା ମହାମାରୀ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଦ୍ୱିତୀୟ ଲହର କରୋନାରେ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟଗୁଡ଼ିକ ଭିତରେ ପଶ୍ଚିମବଙ୍ଗ ରହିଛି। ସେଠାରୁ ପ୍ରତିଦିନ ହଜାର ହଜାର ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ତଥ୍ୟ ଅନୁସାରେ ପଶ୍ଚିମବଙ୍ଗରୁ ଆଜି ୧୭ହଜାର ୬୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Comment