ଓଡ଼ିଶାଲାଇଭ୍ ବ୍ୟୁରୋ
ଆସୁଛି ବାତ୍ୟା ୟାସ୍। ବାତ୍ୟାର ଗତିବିଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ୟାସ୍ ଅପ୍ଡେଟ୍ରୁ।
- ମେ’ ୨୬ତାରିଖ ସକାଳେ ଧାମରା ନିକଟରେ କେନ୍ଦ୍ରୀଭୂତ ହେବ ବାତ୍ୟା ୟାସ୍
- ଅପରାହ୍ନ ସମୟରେ ଧାମରା ପାଖରେ ସ୍ଥଳ ଭାଗ ଅତିକ୍ରମ କରିବ
- ଧାମରାର ଉତ୍ତରକୁ ଓ ବାଲେଶ୍ୱରର ଦକ୍ଷିଣକୁ ସ୍ଥଳଭାଗ ଅତିକ୍ରମ କରିବ
- ପାରାଦୀପଠାରୁ ୩୨୦କିମି ଦୂରରେ ରହିଛି ବାତ୍ୟା ୟାସ୍
- ବାଲେଶ୍ୱରଠାରୁ ୪୩୦କିମି ଦୂରରେ ରହିଛି
- ସ୍ଥଳଭାଗ ଛୁଇଁବାର ପୂର୍ବ ଓ ପର ୬ଘଣ୍ଟା ଗୁରୁତ୍ୱପୂର୍ଣ୍ଣ
- ଧାମରା ଓ ଚାନ୍ଦବାଲି ଅଞ୍ଚଳ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହେବ
- ଆସନ୍ତାକାଲି ବାତ୍ୟାର ପ୍ରଭାବ ଉପକୂଳରେ ପଡ଼ିବ
- ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ବେଶି ପ୍ରଭାବିତ
- ଆଜି ସନ୍ଧ୍ୟା ସୁଦ୍ଧା ଅତି ଭୀଷଣ ବାତ୍ୟାରେ ପରିଣତ ହେବ ୟାସ୍
- ଗୁରୁବାର ସକାଳ ସମୟରେ ପବନର ବେଗ ୧୫୦ରୁ ୧୬୦କିମି ରହିବ
- ଫନିଠାରୁ ପବନର ବେଗ ପ୍ରାୟ ୫୦କିମି କମ୍ ରହିବ
- ଆଜି ସନ୍ଧ୍ୟା ସୁଦ୍ଧା ପ୍ରାଭବିତ ଅଞ୍ଚଳର ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନେବାକୁ ସରକାରଙ୍କ ନିର୍ଦ୍ଦେଶ
- ୟାସ୍ ପ୍ରଭାବରେ ଉପକୂଳ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇସାରିଛି