ଓଡ଼ିଶାଲାଇଭ୍ ବ୍ୟୁରୋ

ହସ୍ପିଟାଲରେ ଚିକିତ୍ସିତ କୋଭିଡ୍ ରୋଗୀଙ୍କ କ୍ଷେତ୍ରରେ ମନଇଚ୍ଛା ଷ୍ଟେରଏଡ୍‌ର ବ୍ୟବହାର ନ କରିବାକୁ ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଉପଯୁକ୍ତ ପରୀକ୍ଷା ବିନା ହାଇଡୋଜ୍ ଷ୍ଟେରଏଡ୍ ଦିଆଗଲେ ଏହା ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଷ୍ଟେରଏଡ୍‌ର ବ୍ୟବହାର ଦେଖିଚାହିଁ କରିବା ଦରକାର ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଅକ୍ସିଜେନ୍ ନେଉଥିବା ରୋଗୀମାନଙ୍କୁ ସାଧାରଣତଃ ଷ୍ଟେରଏଡ୍ ଦିଆଯାଇ ଥାଏ। ଅତ୍ୟଧିକ ଷ୍ଟେରଏଡ୍ ଦିଆଗଲେ ଏହା ରକ୍ତରେ ଶର୍କରା ପରିମାଣ ବୃଦ୍ଧି କରିଥାଏ ଓ କୋଭିଡ୍ ରୋଗୀ ହାଇପୋଗ୍ଲାସମିଆର ଶିକାର ହୋଇଥାନ୍ତି। ଏହା ଦ୍ୱାରା ବ୍ୟାକ୍ଟେରିଆ ଓ ଫଙ୍ଗଲ ଇନଫେକ୍ସନ ବୃଦ୍ଧି ପାଇଥାଏ। କିଛି ହସ୍ପିଟାଲରେ ରୋଗୀଙ୍କ ଅବସ୍ଥା ଅନୁଧ୍ୟାନ ନକରି ତାଙ୍କୁ ଅଯଥା ଷ୍ଟେରଏଡ୍ ଦିଆଯାଉଥିବାରୁ ଏଥିରେ ସତର୍କତା ଅବଲମ୍ବନ କରିବା ପାଇଁ ବିଶେଷଜ୍ଞ ମାନେ ପରାମର୍ଶ ଦେଇଛନ୍ତି।

ଏପରିକି ଯେଉଁ ରୋଗୀ ଘରେ ଆଇସୋଲେସନରେ ଅଛନ୍ତି ସେମାନଙ୍କର ବିଭିନ୍ନ ରକ୍ତ ପରୀକ୍ଷା ବିନା ଷ୍ଟେରଏଡ୍ ଦେବା ଉଚିତ ନୁହେଁ। ସେମାନଙ୍କୁ କେବଳ ନାକ ଦେଇ ଷ୍ଟେରଏଡ୍ ଦିଆଯାଇପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Comment