ଓଡ଼ିଶାଲାଇଭ୍ ବ୍ୟୁରୋ

କିଛିଦିନର ଦ୍ରୁତ ସଂକ୍ରମଣ ପରେ ରାଜ୍ୟରେ ଏବେ କରୋନା କେସ୍ ଖସିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ଏବଂ ଷ୍ଟେଟପୁଲ୍‌କୁ ମିଶାଇ ୫ ହଜାର ୮୯୬ଟି ନୂଆ କରୋନା ପଜିଟିଭ୍ କେସ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩,୩୩୨ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ୍ କେସ୍ ରହିଛି ୨,୫୬୪। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୩୮୫ ଜଣ, ବାଲେଶ୍ୱରରୁ ୩୭୩ ଜଣ, ବରଗଡ଼ରୁ ୯୯ ଜଣ, ଭଦ୍ରକରୁ ୩୭୦ ଜଣ, ବଲାଙ୍ଗୀରରୁ ୭୭ ଜଣ, ବୌଦ୍ଧରୁ ୭୩ ଜଣ, କଟକରୁ ୩୪୯ ଜଣ, ଦେବଗଡ଼ରୁ ୨୨ ଜଣ, ଢେଙ୍କାନାଳରୁ ୩୦୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏଥିସହ ଅନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଏକାଧିକ ପଜିଟିଭ୍ ଚିହ୍ନଟ ହେବା ସହ ଷ୍ଟେଟ୍ ପୁଲ୍‌ରୁ ୧୪୫ଟି ନୂଆ କେସ୍ ବାହାରିଛି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୮,୨୫,୧୧୦ ହୋଇଛି। ସେହିପରି ଏଯାବତ୍ ରାଜ୍ୟରୁ ମୋଟ୍ ୭,୪୭,୮୦୫ ଜଣ ସୁସ୍ଥ ହୋଇଛନ୍ତି। ଏଥିସହ ଏବେ ରାଜ୍ୟରେ ୭୪,୧୭୨ଟି ସକ୍ରିୟ କେସ୍ ରହିଛି।

Comment