ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ରେ ପ୍ରଥମଥର ପାଇଁ ସୋମବାର ଦିନ ୧୮-୪୪ବର୍ଷ ବର୍ଗର ହିତାଧିକାରୀଙ୍କ ପାଇଁ କୋଭିଡ୍‌ ଟିକାକରଣ ଆରମ୍ଭ ହୋଇଯାଇଛି। କେବଳ ନୟାଗଡ଼ ସହରାଞ୍ଚଳର ନାଗରିକମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରାଯାଇଛି।

ଜୁନ୍‌ ୭ ତାରିଖରେ ସ୍ଥାନୀୟ ପୌରାଞ୍ଚଳର ୧୮୯ଜଣ ହିତାଧିକାରୀଙ୍କୁ ଟିକା ଦିଆସରିଛି। ଏମାନେ ସମସ୍ତେ ସହରର ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଟିକା ନେଇଛନ୍ତି। ସେମାନଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ୧ଲକ୍ଷ ୬୪ହଜାର ୭୩୦ଜଣ ହିତାଧିକାରୀଙ୍କୁ କୋଭିଡ୍‌ ଟିକା ଦିଆଯାଇଥିବା ସୂଚନା ମିଳିଛି।ଜୁନ୍‌ ୯ତାରିଖଠାରୁ ସହରରେ ବ୍ରଜେନ୍ଦ୍ର ହାଇସ୍କୁଲ ସହିତ ଅନ୍ୟାନ୍ୟ ୬ଟି ଟିକାଦାନ କେନ୍ଦ୍ର କାର୍ଯ୍ୟ କରିବ। ସେହି କେନ୍ଦ୍ରମାନଙ୍କରେ ସହରର ୧୮ରୁ ୪୫ ବର୍ଷ ବର୍ଗର ୧୫ହଜାର ନାଗରିକଙ୍କୁ ଟିକାକରଣ କରାଯିବ। ଏହାପୂର୍ବରୁ କେନ୍ଦ୍ରମାନଙ୍କରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ସିଡିଏମଓ ଡାକ୍ତର ଶକ୍ତି ପ୍ରକାଶ ମିଶ୍ର।

Comment