ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ଶୁକ୍ରବାର ଦିନ ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲ୍ଲାର ବହୁ ଚର୍ଚ୍ଚିତ ବ୍ୟକ୍ତି ଦାନ ମାଝିଙ୍କ ବଡ଼ ଝିଅ ଚାନ୍ଦିନୀ ମାଝି ମାଟ୍ରିକ ପାସ୍ କରିଛନ୍ତି। ମୋଟ୍ ୨୮୦ ମାର୍କ ରଖି ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଚାନ୍ଦିନୀ ମାଟ୍ରିକ ପାସ୍ କରିଥିବା ଜାଣି ତାଙ୍କ ଜନ୍ମମାଟି ମେଲଘର ଗାଁରେ ଖୁସିର ଲହରୀ ଖେଳିଯାଇଛି।

ଭୁବନେଶ୍ଵରସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସ (କିସ)ର ଛାତ୍ରୀ ଅଟନ୍ତି ଚାନ୍ଦିନୀ ମାଝି। ତାଙ୍କର ଅନ୍ୟ ଦୁଇ ସାନ ଭଉଣୀ ମଧ୍ୟ ସେଠାରେ ରହି ପାଠ ପଢୁଛନ୍ତି।୨୦୧୬ ଅଗଷ୍ଟ ମାସରେ କଳାହାଣ୍ଡି ଜିଲ୍ଲା ଥୁଆମୁଳ-ରାମପୁର ବ୍ଲକ ଅଧୀନ ମେଲଘର ଗାଁର ଦାନ ମାଝି ନିଜ ସ୍ତ୍ରୀଙ୍କ ମୃତଦେହକୁ ୧୦ କିଲୋମିଟର କାନ୍ଧରେ ବୋହିଥିଲେ। ଏହି ଘଟଣା ରାଜ୍ୟ ସମେତ ସାରା ଦେଶରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। ଘଟଣା ଦିନ ଦାନଙ୍କ ବଡ଼ ଝିଅ ଚାନ୍ଦିନୀ ମଧ୍ୟ ତାଙ୍କ ପଛେ ପଛେ ଚାଲିଥିଲେ। ପରବର୍ତ୍ତୀ ସମୟରେ ଦାନଙ୍କ ଜୀବନଶୈଳୀ ବଦଳିବାକୁ ଲାଗିଥିଲା। ଚାରିଆଡୁ ତାଙ୍କୁ ସାହାଯ୍ୟର ହାତ ବଢ଼ିଥିଲା।

Comment