ଓଡ଼ିଶାଲାଇଭ୍ ବ୍ୟୁରୋ

ଟୋକିଓ ଅଲିମ୍ପିକ୍ସ ମହିଳା ହକି ବ୍ରୋଞ୍ଜ ପଦକ ମ୍ୟାଚରେ ପରାଜୟ ସ୍ଵୀକାର କରିଛି ଭାରତ। ଭାରତୀୟ ମହିଳା ହକି ଟିମ୍ ଗ୍ରେଟ ବ୍ରିଟେନ ବିପକ୍ଷରେ ମୁକାବିଲା କରି ୪-୩ ଗୋଲରେ ହାରିଛି। ଏଥିସହ ଭାରତୀୟ ଦଳର ଟୋକିଓ ଅଭିଯାନ ଶେଷ ହୋଇଛି। ଅନ୍ୟପକ୍ଷରେ ଅଲିମ୍ପିକ୍ସରେ ଦଳର ପ୍ରଦର୍ଶନକୁ ପ୍ରଶଂସା କରି ତାରକାମାନଙ୍କ ମନୋବଳ ବଢ଼ାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଶୁକ୍ରବାର ପ୍ରତିଯୋଗିତା ଆରମ୍ଭରୁ ଭାରତୀୟ ଦଳ ବ୍ରିଟେନକୁ କଡ୍ଡା ଟକ୍କର ଦେଇଥିଲା। ହକି ତାରକା ଗୁରୁଜିତ୍ କୌର ଭାରତ ପାଇଁ ସର୍ବାଧିକ ଦୁଇଟି ଗୋଲ୍ କରିଥିଲେ। କିନ୍ତୁ ଶେଷ ୧୫ମିନିଟରେ ସବୁ କିଛି ପରିବର୍ତ୍ତନ ହୋଇଯାଇଥିଲା। ଗ୍ରେଟ ବ୍ରିଟେନର ତାରକା ଗ୍ରେସ୍‌ ବାଲସଡନ୍‌ ଗୋଟାଏ ଗୋଲ କରି ଭାରତକୁ ପଛରେ ପକାଇଦେଲେ।

ସେପଟେ ରେସଲିଙ୍ଗ ସେମିଫାଇନାଲରେ ପହଞ୍ଚିଛନ୍ତି ରେସଲର ବଜରଙ୍ଗ ପୁନିଆ। ୬୫କେଜି ଫ୍ରି ଷ୍ଟାଇଲ କ୍ଵାଟର ଫାଇନାଲରୁ ଜିତି ସେ ଏହି ରାଉଣ୍ଡରେ ପ୍ରବେଶ କରିଛନ୍ତି।

Comment