ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯାଇଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ସେଠାରେ ପହଞ୍ଚି ବିଭିନ୍ନ ନିର୍ମାଣାଧୀନ ମେଗା ପ୍ରକଳ୍ପ ବୁଲି ଦେଖୁଛନ୍ତି। ତାଙ୍କ ସାଙ୍ଗରେ ଅଛନ୍ତି ଜାତୀୟ ସ୍ଵାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ ଆର୍ ଭିନିଲକ୍ରିଷ୍ଣା ଓ ଅନ୍ୟ ବରିଷ୍ଠ ଅଧିକାରୀ।

ଶନିବାର ୫ଟି ସଚିବ ଭି.କେ ପାଣ୍ଡିଆନ ସୁନ୍ଦରଗଡ଼ ଗସ୍ତରେ ଯାଇ ଏନଟିପିସି ମେଡିକାଲ ପରିଦର୍ଶନ କରିବା ସହ ସମୀକ୍ଷା ମଧ୍ୟ କରିଛନ୍ତି। ଏଥିସହ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡର ତୃତୀୟ ଲହର ମୁକାବିଲା ନେଇ ସମୀକ୍ଷା, ଶିକ୍ଷା ବ୍ୟବସ୍ଥା ଓ ହକି ଭିତ୍ତିଭୂମି ନେଇ ଅନୁଧ୍ୟାନ କରିବାର ବ୍ୟବସ୍ଥା ମଧ୍ୟ ରହିଛି।ଝାରସୁଗୁଡ଼ାର ଵୀର ସୁରେନ୍ଦ୍ର ସାଏ ଵିମାନ ବନ୍ଦରରେ ଓହ୍ଲାଇବା ପରେ ପ୍ରଥମେ କୁଣ୍ଡୁକେଲା ଗ୍ରିଡ ସବଷ୍ଟେସନ, ଭେଡାବାହାଲ କୋଲ କରିଡର, ଭବାନୀପୁର ଅଙ୍ଗନବାଡି କେନ୍ଦ୍ର, କିଞ୍ଜିର୍ମା ସରକାରୀ ଉଚ୍ଚ ଵିଦ୍ୟାଳୟ ଓ ଏନଟିପିସି ମେଡିକାଲ ପରିଦର୍ଶନ କରିଛନ୍ତି।

Comment