ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ରାଜ୍ୟ ସରକାର ଶିକ୍ଷକ ଓ କର୍ମଚାରୀଙ୍କ ଦାବି ପୂରଣରେ ଅହେତୁକ ବିଳମ୍ବ କରୁଛନ୍ତି, ଯାହା ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରୁଥିବା ଅଭିଯୋଗ କରିଛି ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ।

ସୋମବାର ଆନ୍ଦୋଳନରତ ଶିକ୍ଷକ ଓ କର୍ମଚାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଜିଲ୍ଲା ଶାଖା ସଂଗଠନର କର୍ମକତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ଦଫା ଦାବି ନେଇ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଥିଲେ।Startup Story ep -5 Promotion Cardନୂତନ ଅନୁଦାନ ପ୍ରାପ୍ତ ସ୍କୁଲ ଓ କଲେଜରେ ସପ୍ତମ ବେତନ କମିସନ ଦରମା ଲାଗୁ କରାଯାଉ, ଶିକ୍ଷକ ଓ କର୍ମଚାରୀଙ୍କୁ ଅବସରକାଳୀନ ପେନସନ, ଖାଲିଥିବା ଶିକ୍ଷକ ଓ କର୍ମଚାରୀଙ୍କ ପଦବୀ ପୂରଣ ଏବଂ ଅବସରକାଳୀନ ବୟସ ସୀମା ୬୨କୁ ବୃଦ୍ଧି କରାଯାଉ ବୋଲି ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଥିଲା।

ବିକ୍ଷୋଭ ପ୍ରଦର୍ଶନ ସମୟରେ ନୟାଗଡ଼ ଜିଲ୍ଲା ଆବାହକ ମାଣିକେଶ୍ୱର ସ୍ୱାଇଁ, ୬୬୨ବର୍ଗ କଲେଜ ସମ୍ପାଦକ ସରୋଜ ରଥ, ୪୮୮ ବର୍ଗର ଶାହାଜାହାନ, ମାଧ୍ୟମିକ ଶିକ୍ଷକ ସଂଘର ବିନାୟକ ପରିଡ଼ା, ଅଯୋଧ୍ୟାନାଥ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comment