ଓଡ଼ିଶାଲାଇଭ୍ ବ୍ୟୁରୋ

ପିପିଲି ବିଧାନସଭା ଆସନ ପାଇଁ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି। ତେବେ ଗଣତିର ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ୩୩୧୭ ଖଣ୍ଡ ଭୋଟରେ ବିଜେଡି ଆଗରେ ରହିଛି।

ବିଜେଡିକୁ ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ୯୦୩୦ ଭୋଟ ମିଳିଥିବା ବେଳେ ବିଜେପିକୁ ୫୭୧୩ ଓ କଂଗ୍ରେସକୁ ୯୮୧ ଖଣ୍ଡ ଭୋଟ ମିଳିଛି।

ପୁରୀ ପେଣ୍ଠକଟା ୱେର ହାଉସଠାରେ ଆଜି ସକାଳ ୮ଟାରୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହରାଥୀ ଏଠାରୁ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି।

Comment