ଓଡ଼ିଶାଲାଇଭ୍ ବ୍ୟୁରୋ

ଜାଗା ମିଶନକୁ ନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ୫ଟି ମହାନଗର ପାଇଁ ଜାଗା ମିଶନକୁ କ୍ୟାବିନେଟ ମଞ୍ଜୁରି ମିଳିଛି। ମୋଟ ୯୩୮ଟି ବସ୍ତିର ଏକ ଲକ୍ଷ ୯୦ ହଜାର ପରିବାର ଏଥିରୁ ଉପକୃତ ହେବେ। ସମସ୍ତ ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ଯୋଗାଇ ଦିଆଯାଦିବ। ଏ ନେଇ ଶୁକ୍ରବାର ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

ସହରରେ ଆଉ ରହିବନି ବସ୍ତି। ସହରକୁ ବସ୍ତିମୁକ୍ତ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଜାଗ ମିଶନ। ବସ୍ତିଗୁଡ଼ିକର ନବୀକରଣ କରାଯାଇ ଏହାକୁ ଆଦର୍ଶ କଲୋନୀର ରୂପ ଦିଆଯାଉଛି। ଜମିପଟ୍ଟା ପାଇବା ପରେ ଏବେ ବସ୍ତିବାସିନ୍ଦାଙ୍କ ନିଜ ଘର ପାଇବାର ସ୍ଵପ୍ନ ପୂରଣ ହେବ। ୫ ମହାନଗର ନିଗମ ଅଧୀନରେ ଥିବା ସମସ୍ତ ବସ୍ତିଗୁଡ଼ିକର ଉନ୍ନତିକରଣ କରାଗଲେ ୧ ଲକ୍ଷ ୯୦ ହଜାର ପରିବାରର ୮ ଲକ୍ଷ ୫୮ ହଜାର ଲୋକ ଉପକୃତ ହେବେ।

Comment